ବୁଗୁଡ଼ା-ମାଣିତରା ରାସ୍ତାରେ ଦନ୍ତାହାତୀ, ଲୋକେ ଭୟଭୀତ
ବୁଗୁଡା : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ନଗୁଡୁ ପଥରମୁଣ୍ଡିଆ ପାହାଡ଼ ଆଖପାଖରେ ଏକ ଦନ୍ତାହାତୀ ଘୁରିବୁଲୁଥିବାର ଜଣାଯାଇଛି । ପ୍ରକାଶ ଯେ, ଆଜି ସନ୍ଧ୍ୟାରେ ଏକ ଦନ୍ତାହାତୀ ପଥରମୁଣ୍ଡିଆ ପାହାଡ଼ ପଟୁ ବାହାରି ବୁଗୁଡା-ମାଣିତରା ରାସ୍ତାରେ ପଙ୍କଳସାହି ଆଡକୁ ଯାଉଥିବାର ଦେଖିବାକୁ ମିଳିଥିଲା । ଏ ଖବର ପ୍ରଚାରିତ ହେବା ପରେ ସେହି ରାସ୍ତା ଦେଇ ଯାତାୟତ କରିବା ନେଇ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଥିବା ଜଣାଯାଇଛି । ସ୍ଥାନୀୟ ବନ ବିଭାଗ ପକ୍ଷରୁ ହାତୀଟିର ଗତିବିଧି ଉପରେ ନଜର ରଖିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ଏଥି ପ୍ରତି ବନ ବିଭାଗ କର୍ମଚାରୀମାନେ ସତର୍କ ରହିଥିବା ନେଇ ସେ ପ୍ରକାଶ କରିଛନ୍ତି ।