ପାପ ଧୋଇଲେ କଂସ 

ପାପ ଧୋଇଲେ କଂସ 

ପୁରୀ : ବରଗଡ଼ ଧନୁଯାତ୍ରାର କଂସ ମହାରାଜ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଭୁବନେଶ୍ୱର ପ୍ରଧାନ ଧନୁଯାତ୍ରା ପରେ ପୁରୀ ଆସି ପାପ ପ୍ରକ୍ଷାଳନ କରିଛନ୍ତି । ଇତିମଧ୍ୟରେ ବରଗଡ଼ ଠାରେ ୧୧ଦିନ ବ୍ୟାପି ଚାଲିଥିବା ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଛି । ଏହି ଧନୁଯାତ୍ରାରେ କଂସ ଭାବେ ଅଭିନୟ କରିଥିବା ସୁଶୀଲ ମେହେର କଂସର ଦରବାର ବସିଥିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ କଟୁ ସମାଲୋଚନା ଓ ତାଙ୍କ ପ୍ରତି ଅପଶଦ୍ଦ ବ୍ୟବହାର ପ୍ରଦର୍ଶନ କରିଥିବାରୁ ପଶ୍ଚାତାପ କରିଛନ୍ତି ।


   ମଙ୍ଗଳବାର ଦିନ ଶ୍ରୀକ୍ଷେତ୍ରକୁ ଆସି ସମୁଦ୍ରରେ ସ୍ନାନ ପୂର୍ବକ ପଇତା ବିସର୍ଜନ କରିଥିଲେ । ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ ପୂର୍ବକ ନମସ୍କାର କରି ସେ କରିଥିବା ପାପରୁ ମୋକ୍ଷ ପାଇବା ପାଇଁ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିଥିଲେ । ପରେ ଗୋବର୍ଦ୍ଧନ ପୀଠକୁ ଯାଇ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରେ କ୍ଷମା ଭିକ୍ଷା କରିବା ସହ ତାଙ୍କ ଠାରୁ ଆଶିଷ ଗ୍ରହଣ କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଦେଇଥିବା କଟୁ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ଶେଷରେ ଶ୍ରୀ ମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ କ୍ଷମା ଭିକ୍ଷା କରିଥିଲେ । ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେଯେ, ସତ୍‌ଚିନ୍ତା, ସତ୍‌କର୍ମ ପାଇଁ ଗୁରୁଙ୍କ ଆଶୀର୍ବାଦ ଆବଶ୍ୟକ । ସେ କରିଥିବା ପାପ ପ୍ରକ୍ଷାଳନ ପାଇଁ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ।