ପାରାଦୀପରେ ‘ମେ ଫେୟାର ବେ ରିସୋର୍ଟ’ : ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଉପସ୍ଥିତ ଥିଲେ ଦିଲ୍ଲୀପ ରାୟ
ଭୁବନେଶ୍ୱର : ପାରାଦୀପରେ ମେ’ ଫେୟାର ବେ ରିସୋର୍ଟ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରିସୋର୍ଟର ଉଦଘାଟନ କରିଛନ୍ତି । ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମେ’ ଫେୟାରର ମୁଖ୍ୟ ତଥା ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବ ଭାରତରେ ଏକ ବଡ଼ ହୋଟେଲ ଚେନ୍ ଭାବେ ମେ’ ଫେୟାରର ଖ୍ୟାତି ରହିଛି । ଆଗାମୀ ଅପ୍ରେଲ ୨୦୨୬ରେ ଭୁବନେଶ୍ୱରରେ ଏହାର ସାଞ୍ଚୁରୀ କନଭେନସନ ସେଣ୍ଟର ହେବାର ଥିବାବେଳେ ୨୦୨୮ ଅପ୍ରେଲରେ ଚିଲିକାରେ ୱେଲନେସ ରିସୋର୍ଟ ଓ ଭାଇଜାଗରେ ବିଚ ରିସୋର୍ଟ ଉଦଘାଟିତ ହେବାର ଯୋଜନା ରହିଛି । ସମ୍ପ୍ରତି ମେ’ ଫେୟାରର ଭୁବନେଶ୍ୱରରେ ଲାଗୁନ୍ ଓ କନଭେନସନ, ପୁରୀରେ ହେରିଟେଜ, ୱେଭସ, ଗୋପାଳପୁରରେ ପାମ୍ ବିଚ ରିସୋର୍ଟ, ରାଉରକେଲାରେ ଗାଡେର଼୍ନ, ୱାର୍ଲ୍ଡକପ୍ ଭିଲେଜ, ଝାରସୁଗୁଡ଼ାରେ ଓଆସିସି୍ ରିସୋର୍ଟ ଓ କନଭେନସନ, ରାୟପୁରରେ ଲେକ ରିସୋର୍ଟ, ସିଲିଗୁରିରେ ଟି’ ରିସୋର୍ଟ, ଦାର୍ଜିଲିଂର ହିଲ୍ ରିସୋର୍ଟ, ଗାଙ୍ଗଟକରେ ସ୍ପା ରିସୋର୍ଟ ଓ କାସିନୋ, କାଲିମପଙ୍ଗରେ ହିମାଳୟନ ସ୍ପା ରିସୋର୍ଟ, ଦାର୍ଜିଲିଂରେ ମାନୋର, ଗୌହାଟୀରେ ସ୍ପ୍ରିଂ ଭ୍ୟାଲି ରିସୋର୍ଟ, ପୁର୍ଣ୍ଣିୟାରେ କ୍ଳବ ହାଉସ, ଆଲିବାଗରେ ମାନୋର ଓ ଗୋଆର ମୋରଜିମ୍ରେ ଅନ ସି’ ହୋଟେଲ୍ ରହିଛି ।