ବ୍ୟାଙ୍କ ସ୍ଥାନାନ୍ତରକୁ ନେଇ ଗ୍ରାହକଙ୍କ ପ୍ରତିବାଦ

ପୁରୀ : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ନବକଳେବର ଶାଖା ବଡ଼ଶଙ୍ଖ ଗ୍ରାଣ୍ଡ ରୋଡ଼୍ ସ୍ଥିତ ଏଚ୍.ଆର୍. ଲଜ୍ର ପ୍ରଥମ ମହଲାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇଆସୁଛି । ବଡ଼ଶଙ୍ଖ ଅଞ୍ଚଳର ଛୋଟ ବଡ଼ ମଧ୍ୟମ ବ୍ୟବସାୟୀମାନେ ଏହି ବ୍ୟାଙ୍କରେ ଖାତା ଖୋଲି ଗ୍ରାହକ ସେବା ପାଇ ଆସୁଥିଲେ । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଏହି ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲ । ଏହା ସହ ଅବକାଶ ଲେନ୍, କୁମ୍ଭାରପଡ଼ା, ବଡ଼ଶଙ୍ଖ, ସଂଗ୍ରାମ କ୍ଲବ ଗଳି ସମେତ ଆଖପାଖ ସାହିବାସିନ୍ଦାମାନେ ବ୍ୟାଙ୍କରେ ଟଙ୍କା ଜମା ଓ ଉଠାଣ କରି ଆସୁଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ବ୍ୟାଙ୍କଟିକୁ ସିଂହଦ୍ୱାର ଅଞ୍ଚଳରେ ଖୋଲିବା ପାଇଁ ମସୁଧା ଚାଲିଥିବାରୁ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରି ବୁଧବାର ପୂର୍ବାହ୍ନରେ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସହ ବ୍ୟାଙ୍କ ପରିଚାଳକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବ୍ୟାଙ୍କ ଉଠିଯିବାର ରାରସ୍ତା ଧରିଲେ ଗ୍ରାହକ ମାନେ ଆନେ୍ଦାଳନର ରାସ୍ତା ଧରିବେ ବୋଲି ଆନେ୍ଦାଳନକାରୀ ମାନେ ଚେତାବନି ଦେଇଛନ୍ତି । ବଡ଼ଶଙ୍ଖ ବ୍ୟବସାୟୀ ସଂଘର ସଭାପତି ହରିହର ପାଢୀଙ୍କ ନେତୃତ୍ୱରେ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଓଡ଼ିଶା ପୁରୀ ସଭାପତି ତଥା ସାମ୍ବାଦିକ ପ୍ରସନ୍ନ କୁମାର ଲେଙ୍କା, ରାଧାଶ୍ୟାମ ସାହୁ, ବସନ୍ତ ପ୍ରଧାନ, ସୁକାନ୍ତ ବେହେରା, ନାରାୟଣ ପ୍ରଧାନ, ପ୍ରଦୀପ କୁମାର ଦାସ, ଭବାନି ଶଙ୍କର ସାହୁଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଗ୍ରାହକମାନେ ଏହି ବିକ୍ଷୋଭ ଓ ପ୍ରତିବାଦରେ ଯୋଗଦେଇଥିଲେ ।