ସାମ୍ବାଦିକଙ୍କ ହକ୍ ପାଇଁ ବାହାରିଲେ ବିଧାୟକ: ସାମ୍ବାଦିକଙ୍କୁ ପେନସନ୍ ଦିଆଯାଉ

ଅନେକ ବର୍ଷ ପରେ ସାମ୍ବାଦିକଙ୍କ ପାର୍ଇ ସ୍ବର ଉଠାଇଲେ ବିଧାୟକ ଗୌତମବୁଦ୍ଧ ଦାସ । ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବିମାରେ ପିତା ମାତାଙ୍କୁ ସଂଯୋଗ କରାଯାଉ ବୋଲି ଶୂନ୍ୟକାଳରେ ଦାବି ରଖିଛନ୍ତି ।  ପୂର୍ବରୁ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ପାଇଁ ୫ ଲକ୍ଷ ଯାଏଁ ସୀମା ରହିଛି। ହେଲେ ଏଥିରେ ସେମାନଙ୍କ ବାପା, ମା’ଙ୍କୁ ସାମିଲ କରାଯାଇନାହିଁ। ଯାହା ହେବା ଉଚିତ। ଏହାସହ ବୋଲି ସେ ଦାବି କରିଛନ୍ତି । ସାମ୍ବାଦିକଙ୍କ ପାଇଁ ପେନସନ ସେବା ଯୋଗାଇଦିଆଯାଉ ।  ପାଖାପାଖି ୧୭ଟି ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ରହିଛି । ହେଲେ ଆମ ରାଜ୍ୟରେ ନାହିଁ । ଏହାସହ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯିବା ଦରକାର।  ପ୍ରେସ ଏକାଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ୟ୍ୟକାରୀ କରାଯାଉ । ବେଳେବେଳେ ଦେଖିବାକୁ ମିଳୁଛି ଅଫିସର ଓ ସାମ୍ବାଦିକଙ୍କ ମଧ୍ୟରେ କିଛି ବିବାଦ ରହୁଛି,  ଫଳରେ  ଖବର ସଂଗ୍ରହରେ ବାଧା ସୃଷ୍ଟି ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ପ୍ରସାରଣ ବିଭାଗ ରହିଛି। ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରିବାକୁ ଅପିଲ କରିଛନ୍ତି ବିଧାୟକ ଗୌତମବୁଦ୍ଧ ଦାସ।