ପୁଣି ପରଦାକୁ ଫେରିବେ ପ୍ରିୟଙ୍କା ଚୋପ୍ରା

ପୁଣି ପରଦାକୁ ଫେରିବେ ବଲିଉଡର ଦେଶୀଗର୍ଲ୍ । ଖୁବଶୀଘ୍ର ବଲିଉଡକୁ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି ହଲିଉଡ୍ ତଥା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ଆଲିଆ-ଭିକିଙ୍କ ଆଗାମୀ ଚଳଚ୍ଚିତ୍ରରେ ନଜର ଆସିବେ ପ୍ରିୟଙ୍କା । ୬ ବର୍ଷ ପରେ ବଲିଉଡକୁ କମ୍ବ୍ୟାକ୍ କରିବା ଖବର ଶୁଣି ତାଙ୍କ ପ୍ରଶଂସକ ମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ଅଭିନେତ୍ରୀଙ୍କୁ ଶେଷଥର ପାଇଁ ବଲିଉଡ୍ ଚଳଚ୍ଚିତ୍ର 'ଦି ସ୍କାଏ ଇଜ୍ ପିଙ୍କ୍'ରେ ଦେଖିବାକୁ ମିଳିଥିଲା । ଏବେ ପୁଣିଥରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦକ୍ଷତା ଦେଖାଇବେ । ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲଭ୍ ଆଣ୍ଡ୍ ୱାର୍'ରେ ନଜର ଆସିପାରନ୍ତି ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ।
ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କୁ ଗୋଟିଏ ଗୀତରେ ନାଚୁଥିବାର ଦେଖିବାକୁ ମିଳିବ । ତଥାପି, ପ୍ରିୟଙ୍କା ଓ ନିର୍ଦ୍ଦେଶକ ଭଂସାଲୀ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ବୟାନ ଦେଇ ନାହାଁନ୍ତି। ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲଭ୍ ଆଣ୍ଡ୍ ୱାର୍'ରେ ନଜର ଆସିପାରନ୍ତି ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କୁ ଗୋଟିଏ ଗୀତରେ ନାଚୁଥିବାର ଦେଖିବାକୁ ମିଳିବ । ତଥାପି, ପ୍ରିୟଙ୍କା ଓ ନିର୍ଦ୍ଦେଶକ ଭଂସାଲୀ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ବୟାନ ଦେଇ ନାହାଁନ୍ତି । ଭଂସାଲୀଙ୍କ ଏହି ଚଳଚ୍ଚିତ୍ର 'ଲଭ୍ ଆଣ୍ଡ୍ ୱାର୍' ରଣବୀର କପୁର, ଆଲିଆ ଭଟ୍ଟ ଓ ଭିକି କୌଶଲଙ୍କ ଭଳି ବଡ଼ ଷ୍ଟାରକାଷ୍ଟଙ୍କୁ ନେଇ ନିର୍ମିତ ହେବାକୁ ଯାଉଛି । ପୂର୍ବରୁ ପ୍ରିୟଙ୍କା 'ରାମ-ଲୀଲା'ରେ ଭଂସାଲୀଙ୍କ ପାଇଁ 'ରାମ ଚାହେ ଲୀଲା'ରେ ତାଙ୍କର ଚମତ୍କାର ଅଭିନୟ ଦେଖାଇଥିଲେ । ଏହି ଗୀତଟି ବ୍ଲକବଷ୍ଟର ହୋଇଥିଲା । ଆଜି ମଧ୍ୟ ପ୍ରଶଂସକମାନେ ଏହି ଗୀତକୁ ବହୁତ ପସନ୍ଦ କରନ୍ତି ।