ଆତଙ୍କବାଦୀଙ୍କ ପାଇଁ ଚୁକ୍ତି,ଭାରତ ପାଇଁ ଚିନାବାଦାମ
ମହାମେଘବାହନ
ଐର ଖାରବେଳ ସ୍ୱାଇଁ :
ଇତିହାସରେ କେତେକ ଘଟଣା ଦ୍ୱିତୀୟ ଥର ପାଇଁ ଘଟେ । ପ୍ରଥମ ଥର ଏହା ଘଟେ ଗୋଟିଏ ବ୍ୟଙ୍ଗ ହିସାବରେ ଏବଂ ଦ୍ୱିତୀୟ ଥରେ ଏହା ଘଟେ ଏକ ପ୍ରହସନ ହିସାବରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହେଉଛନ୍ତି ଉଭୟ । ଗତ ଜୁଲାଇ ୩୦ ତାରିଖରେ ବାସ୍ତବତା ହେଉଛି ଟିଭିର ଘୋଷକମାନେ ଶୁଳ୍କ, ଏକଛତ୍ରବାଦୀ, ଅତ୍ୟାଚାରୀ ଗୋଟିଏ ୨୫% ଅର୍ଥନୈତିକ ବୋମା ଭାରତର ରପ୍ତାନି ଉପରେ ବସାଇଥିଲେ, ଯେତେବେଳେ ମେଂଚାଏ କୂଟନୈତିକ ମିଥ୍ୟା ଘୋଷଣା କରାଯାଇଥିଲା ଯାହାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ଚୁକ୍ତି ବୋଲି କୁହାଯାଇଥିଲା । ଟ୍ରମ୍ପ୍ ପ୍ରଥମ ତାଲିକା ଇସଲାମାବାଦ ସହିତ କରିଥିଲେ ଭାରତ ପିଠିରେ ଛୁରି ମାରିବା ପାଇଁ । ତାଙ୍କର ଅର୍ଥନୈତିକ ଆକ୍ରମଣ ଆମେରିକା ପାଇଁ କରାଯାଇନଥିଲା କିନ୍ତୁ ତାଙ୍କ ନିଜ ପାଇଁ କରାଯାଇଥିଲା । ଟ୍ରମ୍ପ୍ ପାକିସ୍ତାନର ପେଟ୍ରୋଲିୟମ୍ ବିକ୍ରେତାମାନଙ୍କୁ ଓ କ୍ରିପ୍ଟୋ କରେନ୍ସିର ଗୋଷ୍ଠୀମାନଙ୍କୁ ବହୁତ ସୁବିଧା ଦେଇଥିଲେ ଯାହା ପାଇପ୍ଲାଇନ ଓ ଦେୟ ପ୍ଲାଟଫର୍ମମାନଙ୍କରେ ହୋଇଥିଲା ଯାହା ଯାଂଚକୁ ଅତିକ୍ରମ କରିଥିଲା । ଏହା ତାଙ୍କର ଧନବୃଦ୍ଧି କରିବ ବୋଲି ସେ ଚାହିଁଥିଲେ । ଏହାଫଳରେ ତାଙ୍କର ମୂଲ୍ୟ ବର୍ଷକୁ ୬୦ କୋଟି ଡଲାର ବୃଦ୍ଧିପାଇଥିଲା । କିନ୍ତୁ ତାଙ୍କର ନୈତିକତାର ଘୋର ପତନ ହୋଇଥିଲା । ଏହି ମନ୍ଦ ଖର୍ଚ୍ଚ କାର୍ଯ୍ୟ ତାହା ପାଖରୁ ଆସିଥିଲା ଯିଏ ଦିନେ ନରେନ୍ଦ୍ର ମୋଦିଙ୍କୁ କୁଣ୍ଢେଇ ପକେଇଥିଲେ ଯେଉଁଠି ଗୋଟିଏ ଷ୍ଟାଡିୟମ୍ ଆକାରର ଦୃଷ୍ଟାନ୍ତ ଡଲାର ପକେଟରେ ଥିବା ପ୍ରବାସୀ ଭାରତୀୟମାନଙ୍କ ପାଖରେ ଥିଲା । ସେ ସେତେବେଳେ କହିଥିଲେ ମୋଦି ହେଉଛନ୍ତି ତାଙ୍କର ବାସ୍ତବ ବନ୍ଧୁ ଏବଂ ଜଣେ ମହାନ ନେତା । ଏଥିରେ ପ୍ରତାରଣାର ଚିହ୍ନ ଦିଶୁଥିଲା । ଟ୍ରମ୍ପ୍ ହେଉଛନ୍ତି ଜଣେ ଭାଷଣ ଦେଉଥିବା ବ୍ୟକ୍ତି ଯିଏକି ପାକିସ୍ତାନ ସହିତ ସୁସମ୍ପର୍କ ରଖୁଛନ୍ତି ଏବଂ ଯିଏକି ଆତଙ୍କବାଦୀ ସଂଗଠନଗୁଡ଼ିକ ତାଙ୍କର ଦେଶର ପଛଆଡ଼େ ରଖୁଛନ୍ତି । ତାଙ୍କର କମଳା ରଂଗର ମୁଖା ଏବଂ ଆମେରିକାକୁ ମହାନ କର ମିଥ୍ୟା ହେଉଛି ଗୋଟିଏ ମଣିଷର ଉଦେ୍ଦଶ୍ୟମୂଳକ କଥା ଯାହା ନୈତିକତା ଦୃଷ୍ଟିରୁ ନୁହେଁ । କିନ୍ତୁ ଡଲାର କେମିତି ବଢ଼ିବ ତାଙ୍କର ସାମ୍ରାଜ୍ୟରେ ଏହାରି ଉପରେ ପର୍ଯ୍ୟବେଷିତ ଥିଲା । ତାଙ୍କର ପାକିସ୍ତାନର ଜେନେରାଲ ସୈଦ ଅସିମ ମୁନୀର, ଅହମ୍ମଦ ସାହା ହେଉଛି ଗୋଟିଏ ହିସାବ କରାଯାଇଥିବା ଷଡ଼ଯନ୍ତ୍ର ଯାହା ଉପରେ ଭୀରୁତା ଲାଗିଥିଲା ଏବଂ ଭାରତକୁ ତା’ର ପୁରୁଣା ଭୟ ଦେଖାଇଥିଲା । ୧୯୭୧ରେ ଯେତେବେଳେ ରିଚାର୍ଡ ନିକ୍ସନ ତାଙ୍କର ଅତି ବଳିଷ୍ଠ ଯୁଦ୍ଧ ଜାହାଜବାହୀ ଜଳଜାହାଜ ୟୁଏସ୍ଏସ ଏଣ୍ଟରପ୍ରେନରକୁ ପଠାଇଥିଲେ ଭାରତକୁ ଭୟ ଦେଖାଇବା ପାଇଁ ବଂଗଳାଦେଶ ଯୁଦ୍ଧ ବେଳେ ଇନ୍ଦିରା ଗାନ୍ଧୀ ସେଥିରେ ଟିକେ ଭୟ କରିନଥିଲେ । ଭାରତ ମଧ୍ୟ ସେଥିରେ ବାଙ୍କି ନଥିଲା । ଇତିହାସ ମନେ କରେ ଯେ, ଜଣେ ବହୁ ଉପରକୁ ଉଠିଥିଲା । ଏହି ସମୟରେ ଇତିହାସ ତା’ର ପୁନରାବୃତ୍ତି କରୁଛି ଗୋଟିଏ ପ୍ରହସନ ହିସାବରେ ନୁହେଁ କିନ୍ତୁ ଗୋଟିଏ ସତର୍କବାଣୀ ହିସାବରେ ।
ଟ୍ରମ୍ପ୍ ହେଉଛନ୍ତି ଜଣେ ନିକ୍ସନ ଯିଏ ଗୋଟିଏ ନାଲିଆ ଟାଏ ପିନ୍ଧିଛନ୍ତି ଏବଂ ଯିଏ ଇସଲାମାବାଦକୁ ପୁଣି ସମର୍ଥନ କରୁଛନ୍ତି । ଏଥର କେବଳ ଗୋଟିଏ ପ୍ରଭେଦ ଅଛି ଯେ, ଆମେରିକା ପାକିସ୍ତାନ ସାଂଗରେ ଅଛି, ଶୁଳ୍କକୁ ନେଇ ଏବଂ ଟ୍ୱିଟ୍ମାନଙ୍କ ମଧ୍ୟକୁ ନେଇ । କିନ୍ତୁ ଭାରତ ସେତେବେଳେ ଓ ବର୍ତ୍ତମାନ ମଧ୍ୟ ନଇଁପଡ଼ିବାକୁ ରାଜି ନୁହେଁ । ଟ୍ରମ୍ପ୍ଙ୍କର ଷଡ଼ଯନ୍ତ୍ର ହେଉଛି ଗୋଟିଏ ଦୁଇଧାରିଆ ଖଣ୍ଡା । ତାଙ୍କର ଶୁଳ୍କ କ୍ଷେପଣାସ୍ତ୍ର ଯାହାକି ଗତ ସପ୍ତାହରେ ମରାଯାଇଥିଲା ତାହା ଭାରତର ୮୭୦୦ କୋଟି ଡଲାର ରପ୍ତାନିକୁ ଆକ୍ରମଣ କରାଯାଇଥିଲା । ଭାରତ ହେଉଛି ଆମେରିକାର ଗୋଟିଏ ବଡ଼ ବାଣିଜ୍ୟ ସହଯୋଗୀ । ଯେଉଁଥିରେ ୭୦୦ କୋଟି ଡଲାରର ଦେଣନେଣ ଅଛି । ଭାରତର ୭୦ ପ୍ରତିଶତ ଶୁଳ୍କ ଆମେରିକାର ମୋଟର ସାଇକେଲ ଓ ୧୨ ପ୍ରତିଶତ ବାଣିଜ୍ୟ ଶୁଳ୍କ ଉପରେ ରହିଛି । ଟ୍ରମ୍ପ୍ କହିଛନ୍ତି ଭାରତ ହେଉଛି ଗୋଟିଏ ବାଣିଜ୍ୟର ବଡ଼ ଦୁର୍ବ୍ୟବହାରକାରୀ ଫେବ୍ରୁଆରୀ ୨୦୨୫ଠାରୁ ଏବଂ ଭାରତକୁ ଏକ ମୃତ ଅର୍ଥନୀତି ବୋଲି ସେ କହିଛନ୍ତି ଯାହା ରୁଷିଆ ସାଂଗରେ ସମାନ । ଟ୍ରମ୍ପ୍ ଅବଶ୍ୟ ସ୍ୱୀକାର କଲେ ଯେ, ଗୋଟିଏ କାହାଣୀ ଯାହା ଭାରତ ବନ୍ଦ କରିଛି କିନ୍ତୁ ଟ୍ରମ୍ପ୍ ଅଭିଯୋଗ କରିଛନ୍ତି ଯେ, ରୁଷିଆ ପାଖରୁ ଭାରତ ଏହି ତୈଳ ନେଉଛି । ସେ ମିଛରେ ଦାବି କରିଛନ୍ତି ଯେ, ଭାରତ ସହିତ ତାଙ୍କର ଏକ ଶୁଳ୍କହୀନ ଚୁକ୍ତି ହୋଇଛି । ଏକଥାକୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରତିହତ କରିଛନ୍ତି । ସେ କହିଛନ୍ତି ଯେ ଚୁକ୍ତି ଉଭୟ ପକ୍ଷକୁ ସାହାଯ୍ୟ କରିବା ଉଚିତ । ନୂଆ ଶୁଳ୍କ ଯୁଗ ୨୦୧୭ରୁ ହୋଇଥିବା ବିଶ୍ୱାସକୁ ଭଂଗ କରିଛି ଯେତେବେଳେ ମୋଦି ଓ ଟ୍ରମ୍ପ୍ ଗୋଟିଏ ସମ୍ପର୍କ ଗଢ଼ି ତୋଳିଥିଲେ । ଯେତେବେଳେ ହ୍ୱାଇଟ ହାଉସରେ ମୋଦି ଟ୍ରମ୍ପ୍ଙ୍କୁ ଆଲିଗନ କରିଥିଲେ । ଟ୍ରମ୍ପ୍ଙ୍କର ୨୦୨୦ ନମସ୍ତେ ଟ୍ରମ୍ପ୍ ଦୃଶ୍ୟ ଅହମ୍ମଦାବାଦରେ ସମସ୍ତେ ଦେଖିଛନ୍ତି ଏବଂ ମୋଦିଙ୍କର ଆମେରିକା ଗସ୍ତ ଯାହା ଦୁଇପକ୍ଷର ପ୍ରଶଂସାକୁ ଦେଖାଇଥିଲା । ଦ୍ୱିପାକ୍ଷିକ ବାଣିଜ୍ୟ ବଢ଼ିଥିଲା ୧୨୦୦ କୋଟି ଡଲାରକୁ ୨୦୨୪ରେ । ଟ୍ରମ୍ପ୍ ଏବଂ ମୋଦିଙ୍କର ଗତ ଫେବ୍ରୁଆରୀରେ ସମ୍ପର୍କ ବହୁତ ବଡ଼ ଥିଲା । ଭାରତର ପ୍ରଧାନମନ୍ତ୍ରୀ ଶୁଳ୍କ କାଟ କରିଥିଲେ ଯାହା ଦୁଇପକ୍ଷର ଟିକସକୁ କମାଇଥିଲେ ଏବଂ ଦୁଇଦେଶ ମଧ୍ୟରେ ୫୦ ହଜାର କୋଟି ଡଲାରର ବାଣିଜ୍ୟ ଲକ୍ଷ୍ୟ ୨୦୩୦ ମଧ୍ୟରେ ହାସଲ ହେବ ବୋଲି କୁହାଯାଇଥିଲା ।
କିନ୍ତୁ ପରବର୍ତ୍ତୀ କାଳରେ ଟ୍ରମ୍ପ୍ଙ୍କର ଯୁଦ୍ଧବିରତି ମିଥ୍ୟାଗୁଡ଼ିକ ଅପରେସନ ସିନ୍ଦୂର ବେଳେ ଗୋଟିଏ ଆଣବିକ ଯୁଦ୍ଧକୁ ବନ୍ଦ କରାଯାଇଥିବାର ମିଥ୍ୟା ପ୍ରଚାର କରାଯାଇଥିଲା । ସେଥିରେ ମଧ୍ୟ ମିଛରେ କୁହାଯାଇଥିଲା ଭାରତର ୫ଟି ଯୁଦ୍ଧ ବିମାନକୁ ମାରି ଖସେଇ ଦିଆଯାଇଥିଲା । ଏହା ଭାରତକୁ ଅପମାନିତ କରିଥିôଲା ଯେତେବେଳେ ପାକିସ୍ତାନକୁ ଘଂଟ ଘୋଡ଼େଇ ରଖିଥିଲା । କିନ୍ତୁ ଟ୍ରମ୍ପ୍ ଅସୀମ ମୁନୀରଙ୍କୁ ହ୍ୱାଇଟ ହାଉସରେ ଭୋଜି ଦେଇଥିଲେ ଏବଂ କହିଥିଲେ ମୁଁ ଗୋଟିଏ ଆଣବିକ ଯୁଦ୍ଧକୁ ବନ୍ଦ କରିଛି । ବିଦେଶ ସଚିବ ବିକ୍ରମ ମିଶ୍ରି ଏହାକୁ ପ୍ରତିବାଦ କରିଥିଲେ । ମୋଦି ଟ୍ରମ୍ପ୍ଙ୍କୁ କହିଥିଲେ ଏହା ସହିତ ଆମେରିକାର ମଧ୍ୟସ୍ଥତା ଘଟିନଥିଲା ଭାରତ ପାକିସ୍ତାନ ଯୁଦ୍ଧ ବନ୍ଦ କରିବା ପାଇଁ । ଏ ସମ୍ପର୍କରେ ସତର୍କବାଣୀ ହେଉଛି ସେ ଏପରି କିଛି କାର୍ଯ୍ୟ କରିନଥିଲେ । ଏ ସମ୍ପର୍କରେ ମୋଦି ତାଙ୍କର ଐତିହାସିକ ୨୦ ଘଣ୍ଟାର ଲୋକସଭା ବିତର୍କରେ ଏହି କଥା କହିଥିଲେ । କୌଣସି ବିଦେଶୀ ନେତା ଭାରତର କାର୍ଯ୍ୟକଳାପକୁ ଏପରି ନିଦେ୍ର୍ଦଶ ନେଇନଥିଲେ ଯେମିତି ଅପରେସନ ସିନ୍ଦୂରରେ କରାଯାଇଥିଲା । ସତ୍ୟ ହେଉଛି ଭାରତ ଏହି ଆକ୍ରମଣକୁ ନିଦେ୍ର୍ଦଶ ଦେଇଥିଲା । ସତ୍ୟ ହେଉଛି ଭାରତ ଏହି ଆକ୍ରମଣ କରିଥିଲା । ଆତଙ୍କବାଦୀ କ୍ୟାମ୍ପମାନେ ପାକିସ୍ତାନରୁ ଏହି ଆକ୍ରମଣ କରିଥିଲେ ଏବଂ ଭାରତ ସେମାନଙ୍କୁ ନିପାତ କରିଦେଇଥିଲା । ମୋଦି ଗୋଟିଏ ଆଧୁନିକ ଯୁଗର ମହାଭାରତ ଯୋଦ୍ଧା ହିସାବରେ ନିଜକୁ ଉପସ୍ଥାପିତ କରିଥିଲେ । ତାଙ୍କ ସହିତ ଜୟଶଙ୍କର ମଧ୍ୟ ସମର୍ଥକ ଥିଲେ ଓ ରାଜନାଥ ସିଂହ ତାଙ୍କୁ ଏ ସମ୍ପର୍କରେ ସଦାବେଳେ ସମର୍ଥନ କରୁଥିଲେ । ସେମାନେ କହିଥିଲେ ପାକିସ୍ତାନ କେମିତି ଏ ବିଷୟରେ ପାଟିତୁଣ୍ଡ କରୁଛି ଯେତେବେଳେ ଭାରତର କ୍ଷେପଣାସ୍ତ୍ରଗୁଡ଼ିକ ୯ଟି ଆତଙ୍କୀ ସ୍ଥାନମାନଙ୍କୁ ନଷ୍ଟ କରିଥିଲା ଓ ୧୦୦ଜଣ ଆତଙ୍କୀମାନଙ୍କୁ ମୃତୁ୍ୟମୁଖକୁ ପଠାଇଥିଲା ।
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କୁଣ୍ଠିତ ହୋଇଥିଲେ ଯେ, ନରେନ୍ଦ୍ର ମୋଦି ଅତି ନମ୍ର ବ୍ୟବହାର କରିଛନ୍ତି କିନ୍ତୁ ସେ କୌଣସି ସୂତ୍ର ପାଇନାହାନ୍ତି । ଯଦି ମୋଦି ଭାରତର ଗୋଟିଏ ଇଂଚ୍ ଇନ୍ଦିରାଙ୍କ ଲୋହା ପାଇଛନ୍ତି ସେ ଟ୍ରମ୍ପ୍ଙ୍କୁ ମିଥ୍ୟାବାଦୀ ବୋଲି କହିବା ଉଚିତ୍ । ମୋଦି ଟ୍ରମ୍ପ୍ଙ୍କୁ ଜଣେ ମିଥ୍ୟାବାଦୀ ବୋଲି କହିନାହାନ୍ତି । ସେ ତାଙ୍କୁ ତାଙ୍କୁ ଦୀପାବଳୀର ବାଣ ପରି ପ୍ରଜ୍ଜ୍ୱଳିତ କରିଛନ୍ତି । ସେ କହିଛନ୍ତି କେମିତି ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କର ଲୁଚାଛପା ଧମକକୁ ଜୟଶଙ୍କର ପ୍ରତିହତ କରିଥିଲେ ଏବଂ ଟ୍ରମ୍ପ୍ଙ୍କର ବାଣିଜ୍ୟ କାହାଣୀକୁ ହଟାଇଥିଲେ । କୌଣସି ସମ୍ପର୍କ କୌଣସି ମିଥ୍ୟା ଉପରେ ଆଧାରିତ ହୋଇନପାରେ । ରାଜନାଥ ସିଂହ କହିଲେ, ଅତି ନିର୍ଦ୍ଦିଷ୍ଟ ଆକ୍ରମଣଗୁଡ଼ିକ ଦ୍ୱାରା ଭାରତ ପହେଲଗାମର ପ୍ରତିଶୋଧ ନେଇଛି । ଯାହା ୨୨ ମିନିଟ୍ରେ କରାଯାଇଥିଲା । କଂଗ୍ରେସ ଦଳ ଏ ସମ୍ପର୍କରେ ଏକପ୍ରକାର ହତାଶ ହୋଇଯାଇଥିଲା । ଯାହା ଟ୍ରମ୍ପ୍ଙ୍କର ପରି କାହାଣୀର କଥା ଥିଲା ଯେମିତି ମୋଦି ସୈନ୍ୟମାନଙ୍କ ସହିତ ଏକଜୁଟ ହୋଇ ଆଗକୁ ଆଗକୁ ବଢି ଚାଲିଥିଲେ । ଡିଏମ୍କେର କାଣିମୋଝି କହିଥିଲେ ଯେ, ବିରୋଧୀ ଦଳ ତା’ର ସୈନ୍ୟମାନଙ୍କର ସାହସକୁ ଦେଖିପାରିନଥିଲା । ଯେତେବେଳେ ମୋଦିଙ୍କର ଗୋଷ୍ଠୀ ପାର୍ଲିଆମେଂଟରେ ଦୃଢ଼ତାର ସହିତ ଏକଥା କହିଥିଲା ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ବିଧାନସଭାରେ ଗର୍ଜିଥିଲେ ଯେ, ଭାରତର ବଜାର ହେଉଛି କେବଳ ସହଯୋଗୀମାନଙ୍କ ପାଇଁ । ଟ୍ରମ୍ପ୍ଙ୍କର ପ୍ରତିବାଦକାରୀ ଶୁଳ୍କ ହେଉଛି ଭାରତର ୧.୪ ଲକ୍ଷ କୋଟି ବଜାରର କଥା ଏବଂ ବିଶ୍ୱ ଦକ୍ଷିଣର ନେତୃତ୍ୱ ଏହା ଉପରେ ଲକ୍ଷ୍ୟ କରିଛି । ମୋଦିଙ୍କର କହିବା କଥା ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବ ଏବଂ ଭାରତର ଦୃଷ୍ଟିଭଂଗୀ ଦେଖାଉଛି ଯେ, ଏହାର ଏକ ନିର୍ଦ୍ଦିଷ୍ଟ ସ୍ୱାଭିମାନ ଅଛି । ଏହା କାହାରି ଆଗରେ ମୁଣ୍ଡ ନଇଁବ ନାହିଁ । ବିକଶିତ ରାଷ୍ଟ୍ରମାନଙ୍କର ଅର୍ଥନୀତି ଅନ୍ୟ କାହାରି ସହ ସମାନ ନୁହେଁ । ଜାତିସଂଘର ସଂସ୍ଥା ୟୁଏନ୍ସିଟିଏଡି କହିଛି ଯେ, ଟ୍ରମ୍ପ୍ଙ୍କର ଶୁଳ୍କଗୁଡ଼ିକ ବିକଶିତ ରାଷ୍ଟ୍ରମାନଙ୍କୁ ଆଂଚଳିକ ସମ୍ପର୍କ ସହିତ ବାନ୍ଧି ରଖିବ । ଭାରତର ବିଭକ୍ତିଗତ ରପ୍ତାନିଗୁଡ଼ିକ ଯାହା ଫାର୍ମାସିଟି୍ୟକାଲ ଓ ବସ୍ତ୍ର ଏସିଆରେ ଓ ୟୁରୋପରେ ବହୁତ ବଡ଼ ଏକ ବ୍ୟବସାୟିକ ବାଣିଜ୍ୟର ଅଂଶ ଅଟେ । ଟ୍ରମ୍ପ୍ଙ୍କର ବଡ଼ ଦୁର୍ବ୍ୟବହାରକାରୀ ସଂକେତ ଗୋଟିଏ ବିଶ୍ୱ ଦକ୍ଷିଣରୁ ପ୍ରତିବାଦ ସୃଷ୍ଟି କରିପାରେ । ଯେତେବେଳେ ଭାରତ ବ୍ରିକ୍ସ ଦେଶମାନଙ୍କୁ ଆମେରିକାର ଏକାଧିପତ୍ୟ ବିରୁଦ୍ଧରେ କାମ କରୁଥାଏ ,ଏ କ୍ଷେତ୍ରରେ ଭାରତ ଏକୁଟିଆ ନୁହେଁ ବ୍ରିକ୍ସ ଦେଶମାନେ ଉପରକୁ ମୁଣ୍ଡ ଟେକୁଛନ୍ତି । ଆସିଆନ ଦେଶମାନେ ଲକ୍ଷ୍ୟ କରୁଛନ୍ତି ଓ ୟୁରୋପ ନିଜକୁ ଉଦାର କରିବାକୁ ଯାଉଛି । ଯଦି ଟ୍ରମ୍ପ୍ ଏହା ପଛରେ ଲାଗନ୍ତି, ଭାରତ ଏହାର ବ୍ରିକ୍ସ ସହିତ ସମ୍ପର୍କକୁ ଅଧିକ ଘନିଷ୍ଠ କରିପାରେ ଏବଂ ଭାରତର ସହଯୋଗ ଆମେରିକା ହରେଇପାରେ ।
ଟ୍ରମ୍ପ୍ଙ୍କର ଶୁଳ୍କ କୌଶଳ ହେଉଛି ଗୋଟିଏ ଦୁଇଧାରିଆ ଠକାମି ଯାହାକୁ କୂଟନୈତିକ ପୋଷାକରେ ସଜ୍ଜିତ କରି ରଖାଯାଇଛି । ତାଙ୍କର ଯୁକ୍ତି ହେଉଛି ଭାରତ ମଧ୍ୟ ଅଧିକ ଶୁଳ୍କ ଲାଗୁ କରୁଛି ହାର୍ଲେଜ୍ ଆଣ୍ଡ ହାମ୍ ଉପରେ । ଟ୍ରମ୍ପ୍ଙ୍କର ଏ ଧରଣର ତଥାକଥିତ ସାହସ ତାଙ୍କର ନିଜ ନାଁ ବଢ଼େଇଛି । ଯାହାକୁ ସେ ଭାରତ ସହିତ ଯୋଡ଼ିଛନ୍ତି । ଜାପାନ, କାନାଡା ଏବଂ ଏପରିକି ନାଟୋ ସହିତ ସେ ବିବାଦ କରିଛନ୍ତି । ତାଙ୍କର ମିଥ୍ୟା ଓ ଶୁଳ୍କ ତାଙ୍କର ସାମ୍ରାଜ୍ୟକୁ ବଢ଼େଇବାକୁ ଚେଷ୍ଟା କରୁଛି । ତାଙ୍କର ଅର୍ଥନୈତିକ ବିସ୍ତାରବାଦୀ ମନୋବୃତ୍ତି ୧୪ଟି ରାଷ୍ଟ୍ରଙ୍କୁ ୨୫-୪୦ ପ୍ରତିଶତ ଶୁଳ୍କ ଦେବାରେ ଲାଗିଛି ଏବଂ ବ୍ରିକ୍ସର ଦେଶମାନଙ୍କୁ ତାଙ୍କର ଦେଶର ସମ୍ପତ୍ତିକୁ ବଢ଼େଇବାରେ ବ୍ୟବହାର କରୁଛନ୍ତି । ଟ୍ରମ୍ପ୍ଙ୍କର ଏହି ବିପଦପୂର୍ଣ୍ଣ ପଦକ୍ଷେପ ଆମେରିକା ସାହାଯ୍ୟପ୍ରାପ୍ତ ଆନ୍ତର୍ଜାତିକ ଗୋଷ୍ଠୀକୁ ମଧ୍ୟ ରୋକିପାରେ । ଏହା ପାଠ୍ୟଗତ, ସରକାରୀ କର୍ମଚାରୀ ଓ ଶିଳ୍କଜଗତର ବଡ଼ ବଡ଼ ଲୋକମାନଙ୍କୁ ଓ ବଡ଼ ସାମାଜିକ କାର୍ଯ୍ୟକର୍ତ୍ତାମାନଙ୍କୁ ଯୋଉମାନେକି ଅର୍ଥନୀତିଜ୍ଞମାନଙ୍କୁ ଉତ୍ସାହିତ କରନ୍ତି ଓ କୌଶଳଗତ ନିଷ୍ପତ୍ତିକୁ ଆଣିଥାନ୍ତି ସେମାନେ ବିଭିନ୍ନ ଦେଶରେ ଅଛନ୍ତି । ଟ୍ରମ୍ପ୍ଙ୍କର ଦୃଷ୍ଟିଭଂଗୀ ଓ ଲାଭ କରିବାର କଥା ଏବଂ ନାନା ପ୍ରକାର ମିଥ୍ୟା ଏକ ବିଶ୍ୱର ଗୁଣ୍ଡା ହିସାବରେ ଉପସ୍ଥାପିତ କରୁଛି । ଏହାକୁ ଏକ ଗଣତନ୍ତ୍ରର ତତ୍ତ୍ୱାବଧାରକ ହିସାବରେ ଉପସ୍ଥାପିତ କରୁନାହିଁ । ଏହା ‘ଆମେରିକା ପ୍ରଥମ’ ନୁହେଁ । ଏହା ହେଉଛି ‘ଟ୍ରମ୍ପ୍ ସବା ଆଗରେ’ ବୋଲି ପ୍ରମାଣିତ କରିବାର ଚେଷ୍ଟା । ପାକିସ୍ତାନ ଆଡ଼କୁ ତାଙ୍କର ଝୁଂକ ତାଙ୍କୁ ନୂଆ ପବନ ଦେଉଛି ଆତଙ୍କବାଦୀ ସଂଗଠନମାନଙ୍କୁ ଜଣେଇବା ପାଇଁ । ଏହା ୧୯୭୦ର ବହିକୁ ଚେଷ୍ଟା କରୁଛି ପୁନର୍ବାର ଲେଉଟାଇବା ପାଇଁ ଓ ଭାରତକୁ ଏକୁଟିଆ କରିଦେବା ପାଇଁ । ଏହା ଇସଲାମାବାଦ ସହିତ ମିଶିବାକୁ ଚାହୁଁଛି ଏବଂ ଛଳନା କରୁଛି ଯେ, ଶାନ୍ତି ଚୁକ୍ତି ହେଉଛି ବଡ଼ କଥା । କିନ୍ତୁ ସମସାମୟିକ ଭାରତ ଏକ ଛୋଟିଆ ଦେଶ ନୁହେଁ । ଏହା ହେଉଛି ଏକ ରାସ୍ତା, ଯାହା ୩.୯ଲକ୍ଷ କୋଟି ଡଲାରର ଅର୍ଥନୀତି ସହିତ ସମ୍ପୃକ୍ତ । ଏହା ହେଉଛି ପୃଥିବୀର ସର୍ବବୃହତ ଗଣତନ୍ତ୍ର ଓ ବିଶ୍ୱ ଦକ୍ଷିଣର ଏହା ହେଉଛି ଏକ କୋଣ ପଥର ।
ୱାସିଂଟନ୍କୁ ବାର୍ତ୍ତା ହେଉଛି ଏୟା ଯେ, ଭାରତକୁ ଧମକା ଯାଇପାରିବନି ଓ ଡରେଇ ଦିଆଯାଇପାରିବ ନାହିଁ । ଯଦି ଆମେରିକା ରାଷ୍ଟ୍ରପତି ଚାହାନ୍ତି ନିକ୍ସନଙ୍କ ପରି ଆଚରଣ କରିବା ପାଇଁ ଏବଂ ଆମେରିକାକୁ ଗୋଲିଆଥଙ୍କ ପରି ବିଶାଳ ଶକ୍ତି ହିସାବରେ ଉପସ୍ଥାପିତ କରିବା ପାଇଁ , ଗୋଲିଆଥର ଧ୍ୱଂସକାରୀ ହିସାବରେ ମୋଦିଙ୍କୁ ଡେଭିଡ୍ ହିସାବରେ ଉପସ୍ଥାପିତ କରାଯାଇପାରିବ । କୂଟନୈତିକ କୌଶଳ ଓ କୌଶଳଗତ ମେଂଟ ଆମେରିକାଠାରୁ ଅନ୍ୟଆଡ଼କୁ ଯାଇପାରେ । ଭାରତ ମୋଦିଙ୍କ ନେତୃତ୍ୱରେ ଏହାକୁ ମୁକାବିଲା କରିବା ଅବସ୍ଥାରେ ଅଛି ଓ ଏହାକୁ ଠକାଯାଇପାରିବନି । ୧୪୦୦ କୋଟି ଡଲାରର ଖାଉଟି ଦ୍ରବ୍ୟ ଓ ୧୨୦୦୦ କୋଟି ଡଲାରର ବାଣିଜ୍ୟକୁ ସମ୍ମାନ କରାଯିବା ଉଚିତ । ମୋଦିଙ୍କର ସଂସଦୀୟ ବିଜୟ ପ୍ରମାଣ କରୁଛି ଯେ, ଭାରତର ସମ୍ପର୍କ ହେଉଛି ବଡ଼ କଥା । ଏହା ଗୋଟିଏ ଗୁଣ୍ଡାକୁ ଯିଏକି ଛଳନା ଇତ୍ୟାଦିର କଥା କହେ, ତାହାକୁ ବିଶ୍ୱ ସ୍ଥିରତା ଉପରେ ନିର୍ଭର କରାଯାଇପାରେ । ତେଣୁ ଡୋନାଲ୍ଡ ଟ୍ରମ୍ପ୍ ନିକ୍ସନ ପରି ବ୍ୟବହାର କରିପାରନ୍ତି । ତାଙ୍କୁ କୁହାଯାଇପାରେ ସେ ଛୋଟିଆ ଛୋଟିଆ ଖେଳ ଖେଳିପାରନ୍ତି । ସେ ମାର୍ ଏ ଲାଗୋ, ସ୍କଟଲାଣ୍ଡ ଓ ଇସଲାମବାଦ ସହିତ ସମ୍ପର୍କ କରିପାରନ୍ତି । କିନ୍ତୁ ଏହା ଭୁଲିବା ଉଚିତ ନୁହେଁ ଯେ, ଭାରତର ସ୍ମରଣ ଶକ୍ତି ହେଉଛି ଲମ୍ବା । ଭାରତ ତାହାକୁ ରୋକିଛି ଏବଂ ଭାରତ ପୁଣି ଉପରକୁ ଉଠିବ । ଯେତେବେଳେ ପରିସ୍ଥିତି ସମାନ ହୋଇଯିବ ଭାରତ ସେତେବେଳେ ଦେଖିବ ଯେ, କିଏ ବନ୍ଧୁ ଏବଂ କିଏ ନିଅାଁରେ ଥିବା ଏକ ଠକ ।
ର-ଜ୍ଞବସକ୍ଷ:ଳଷବକ୍ସବଭରକ୍ଷବଗ୍ଦଙ୍ଗବସଦ୍ଭ(ଅଶଜ୍ଞବସକ୍ଷ.ମକ୍ଟଜ୍ଞ
ମୋବାଇଲ୍ -୯୪୩୭୦୨୦୨୯୦