ଜାତୀୟ ନାଟକ ମହୋତ୍ସବ ଉଦ୍ୟାପିତ

ପୁରୀ : ଗତ ୨୦ ତାରିଖରୁ ନାଟ୍ୟାନୁଷ୍ଠାନ ରଙ୍ଗଶାଳା ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଆୟୋଜିତ ୫ଦିନିଆ ୧୫ତମ ଜାତୀୟସ୍ତରୀୟ ନାଟକ ମହୋସôବ ୨୦୨୫ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ସନ୍ଧ୍ୟାରେ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଗୀତିକାର ପ୍ରଶାନ୍ତ କୁମାର ତ୍ରିନାଠୀ, ଉପସ୍ଥାପିକା ମୌଳିକାନ୍ତା ମିଶ୍ର, ସୀତାରବାଦକ ସତ୍ୟନାରାୟଣ ଗୁରୁ,ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦେବଦତ୍ତ ଷଡ଼ଙ୍ଗୀ, ଡ଼ାକ୍ତର ଅର୍ଜୁନ ଚରଣ ରଦାସ, ସମାଜସେବୀ ଶ୍ରୀକାନ୍ତ ମିଶ୍ର, ଅଭିନେତା ତଥା ନିଦେ୍ର୍ଦଶନ ରବିନାରାୟଣ ତି୍ରପାଠୀ, ଇ-୨୪ ହସ୍ପିଟାଲର ପରିଚାଳନା ନିଦେ୍ର୍ଦଶକ ଇଂଜିନିୟର ରାଜେଶ ମିଶ୍ର ଓ କେଦାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ନାଟକ ପ୍ରତି ଦର୍ଶକମାନଙ୍କ ଆଗ୍ରହ କ୍ରମଶଃ ହ୍ରାସ ପାଉଥିବାରୁ କ୍ଷୋଭ ପ୍ରକାଶ କରିବା ସହିତ ନିଷ୍ଠାନର ସହ ଉନ୍ନତମାନର ନାଟକ ମଞ୍ଚସ୍ଥ କରିବା ପାଇଁ ଆୟୋଜକମାନଙ୍କୁ ଆହ୍ୱାନ ଜଣାଇଥିଲେ । ରଙ୍ଗଶାଳାର ନିଦେ୍ର୍ଦଶକ ବିକ୍ରମ କୁମାର ସାହୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ଉନ୍ନତି ପାଇଁ ସମଷ୍ଟିଗତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରଙ୍ଗଶାଳା ପକ୍ଷରୁ ଅଭିନେତା କେଦାର ମିଶ୍ରଙ୍କୁ ରଙ୍ଗଶାଳା ସମ୍ମାନରେ ସମ୍ମାନିତ କରାଯାଇଥିଲା । ନାଟ୍ୟ ନିଦେ୍ର୍ଦଶକ ଜ୍ୟୋତିନାରାୟଣ ନାଥଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଉଦ୍ୟାପନୀ ଦିବସରେ ‘କରୋନା ଜେଜେ’ ନାମରେ ପ୍ରସିଦ୍ଧି ଲାଭ କରିଥିବା ଏହି କଳାକାର ତଥା ନିଦେ୍ର୍ଦଶକ ଅୟସକାନ୍ତ ସ୍ୱାଇଁଙ୍କ ଆମର ସଦ୍ଗତି ପାଇଁ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଉଦ୍ୟାପନୀ ସନ୍ଧ୍ୟାର ଶେଷ ନାଟକ ଥିଲା ଉଇଲିୟମ୍ ସେକ୍ସଫିୟରଙ୍କ ରଚିତ ଓ ଜ୍ୟୋତିନାରାୟଣ ନାଥଙ୍କ ନିଦେ୍ର୍ଦଶିତ ଆସାମୀ ନାଟକ ‘ଅଭିନନ୍ଦନ ମ୍ୟାକ ବେଥ’ । ଗୌହାଟୀର ‘ଆକ୍ଟରର୍ସ ଗିଲ୍ଡ’ ନାଟ୍ୟସଂସ୍ଥାର କଳାକାରମାନେ ଏଥିରେ ଅଭିନୟ କରିଥିଲେ ।  ମନୁଷ୍ୟର ଉଚ୍ଚ ଆକାଂକ୍ଷା ଓ କ୍ଷମତାର ଲୋକ କିପରି ଶାନ୍ତିପୂର୍ଣ୍ଣ ରାଜ୍ୟକୁ ଶଶ୍ମାନରେ ପରିଣତ କରିପାରେ ସେହିଭଳି କଥାବସ୍ତୁକୁ ନେଇ ଉପସ୍ଥାପିତ ହୋଇଥିଲା ଏହି ନାଟକ । ଏଥିରେ ଦେଇଜି ଗୋଏଲ, ଫାଶି କଷ୍ୟମ, ଋଷ୍ୟ ମୁଜୟୀ, ବ୍ରିଜନେଶ ଗୋସ୍ୱାମୀ ପ୍ରମୁଖ ଅଭିନୟ କରିଥିଲେ । ନାଟକରେ କଣ୍ଠଦାନ କରିଥିଲେ ବାହାରୁଲ ଇସଲାମ । ସଂଗୀତରେ ବିଜିତ ଦାସ, ରୂପସଜାରେ ଋଷ୍ୟପାଙ୍ଗି ଓ ତେଇସି ସହଯୋଗ କରିଥିଲେ ।