ବିଜେପିରେ ଯୋଗଦେଲେ ବିଜେଡ଼ି ଓ କଂଗ୍ରେସ କର୍ମୀ
ଗୋପ: ଆଗତ ନିର୍ବାଚନକୁ ଆଖିଆଗରେ ରଖି ନିମାପଡା-ଗୋପ ବିଜେପି ପ୍ରାର୍ଥିନୀ ପ୍ରଭାତୀ ପରିଡାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ହଜାର ହଜାର କର୍ମୀ । ଦିନ କୁ ଦିନ ନିର୍ବାଚନ ପ୍ରଚାର ପ୍ରସାର ଜୋରଦାର ଚାଲିଥିବା ବେଳେ ବିଜେଡି-ବିଜେପି-କଂଗ୍ରେସ ନିଜ ନିଜର କର୍ମୀ ଏଂବ ଭୋଟର ମାନଙ୍କୁ ନେଇ କ୍ଷମତା ପ୍ରଦର୍ଶନ କରୁଥିବା ବେଳେ ସଂଖ୍ୟା ଗରିଷ୍ଠତା ହାସଲ କରୁଛି ବିଜେପି । ପ୍ରତିଦିନ ସଂଖ୍ୟାଧିକ କର୍ମୀ ଏଂବ ଭୋଟର ନିଜର ମତ ପରିବର୍ତ୍ତନ କରି ଆସ୍ତାପ୍ରକଟ କରୁଛନ୍ତି ପ୍ରଭାତୀଙ୍କ ଉପରେ । ଆଜି ସଂଧ୍ୟାରେ ନିମପଡା ନିର୍ବାଚନ ମଣ୍ଡଳୀ ଅଧିନ ଗୋପ ବଜାରରେ ପ୍ରାୟ ୫ହଜାରରୁ ଉର୍ଦ୍ଧ ବିଜେଡି-କଂଗ୍ରେସ କର୍ମୀ ବିଜେପି ରେ ଯୋଗ ଦେଇଛନ୍ତି । ପ୍ରାୟ ପ୍ରତ୍ୟକ ପଞ୍ଚାୟତର ସରପଚଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ହଜାର ହଜାର କର୍ମୀ ପଦ୍ମ ଧରିଛନ୍ତି । ଏହୀ ଅବସରରେ ପ୍ରଭାତି ପରିଡା ନୂତନ ଭାବେ ଯୋଗ ଦେଇଥିବା କର୍ମୀ ମାନଙ୍କୁ ଫୁଲତୋଡା ଏବଂ ଉତ୍ତରୀୟ ଦେଇ ନିଜ ଦଳକୁ ସ୍ୱାଗତ କରିଥିଲେ ।