ପୁରନଙ୍କ ବ୍ୟାଟ୍ରୁ ଚୌକା ଛକା

ନୂଆଦିଲ୍ଲୀ : ବୋଲରଙ୍କୁ ଡ଼ର ନିକୋଲାସ ପୁରନ । କି୍ରଜ୍ରେ ବୋଲିଂ କରିବାକୁ ଡ଼ରୁଛନ୍ତି ବୋଲର । ପୁରନ ବ୍ୟାଟିଂ କରିବାକୁ ଆସିଲେ ବୋଲରଙ୍କ ମନରେ ଭୟ ଖେଳିଯାଉଛି । କାହିଁକି ନା ଆଇପିଏଲରେ ଏବେ ଫର୍ମରେ ଅଛନ୍ତି ପୁରନ । ମଇଦାନକୁ ଆସିଲେ କରୁଛନ୍ତି ଚୌକା ଛକାର ବର୍ଷା । ମଙ୍ଗଳବାର ଖେଳାଯାଉଥିବା ୨୧ତମ ମ୍ୟାଚ୍ରେ ମଧ୍ୟ ତାଙ୍କ ବ୍ୟାଟରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ପୁରନ୍ କେକେଆର୍ ବୋଲର୍ମାନଙ୍କୁ ଘାଇଲା କରି ୩୬ ବଲ୍ରେ ଅପରାଜିତ ୮୭ ରନ୍ କରିଥିଲେ । ଏହି ଇନିଂସ ସହ ସେ ଅରେଞ୍ଜ କ୍ୟାପ୍ ଦୌଡ଼ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । କେବଳ ସେତିକି ନୁହେଁ ସେ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଏକାକି ସେ ଚେନ୍ନାଇ ସୁପରକିଙ୍ଗ୍ସ ଅପେକ୍ଷା ଅଧିକ ଛକା ମାରିଛନ୍ତି ।
ଏହି ମ୍ୟାଚ୍ରେ ପୁରନ ମାତ୍ର ୨୧ ବଲ୍ରେ ୫୦ ରନ୍ କରିଥିଲେ । ପୁରନ ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ ଅର୍ଦ୍ଧଶତକ ଅର୍ଥାତ ୭ ଥର ଅର୍ଦ୍ଧଶତକ ମାରିଛନ୍ତି । କେବଳ ଏତିକି ନୁହେଁ ସେ ଆଇପିଏଲରେ ୨୦୦ ଷ୍ଟ୍ରାଇକ ରେଟରେ ୭ ଥର ପଚାଶ ପ୍ଲସ ଇନିଂସ ଖେଳିଛନ୍ତି । ସେ ଆଇପିଏଲ୍ ଇତିହାସରେ ସ୍ପିନରଙ୍କ ବିପକ୍ଷରେ ସର୍ବାଧିକ ଷ୍ଟ୍ରାଇକ ରେଟ୍ ସହିତ ଖେଳିଥିବା ବ୍ୟାଟ୍ସମ୍ୟାନ ପାଲଟିଛନ୍ତି । ସ୍ପିନ୍ ବିପକ୍ଷରେ ପୁରନଙ୍କର ଷ୍ଟ୍ରାଇକ ରେଟ ୨୯୦ ରହିଛି । ସେ ଆଇପିଏଲରେ ୧୧୯୯ ବଲରେ ୨୦୦୦ ରନ ପୂରଣ କରିଛନ୍ତି । ତେବେ ୧୧୨୦ ବଲ୍ରେ ୨୦୦୦ ରନ କରିବାର ରେକର୍ଡ ରସେଲଙ୍କ ନାମରେ ଅଛି । ନିକୋଲାସ ପୁରନ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୧୦୦ ଛକା ମାରିସାରିଛନ୍ତି । ଏହି ସଫଳତା ପାଇଥିବା ସେ ଏକମାତ୍ର ଖେଳାଳି । ତାଙ୍କ ପରେ ଶିବମ ଦୁବେ ୮୪ଟି ଛକା ମାରିଛନ୍ତି । ପୁରନ ଏହି ସିଜିନରେ ଏପର୍ଯ୍ୟନ୍ତ ୨୪ଟି ଛକା ମାରିସାରିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସର ସମ୍ପୂର୍ଣ୍ଣ ଦଳ ଏକାଠି ଏପର୍ଯ୍ୟନ୍ତ ଏତେ ଛକା ମାରିନାହାନ୍ତି । ଚେନ୍ନାଇର ନାମରେ ୨୩ଟି ଛକା ଅଛି । ଲକ୍ଷ୍ନୌ ଦଳ ଏହି ଆଇପିଏଲ ସିଜିନରେ ସର୍ବାଧିକ ୫୮ଟି ଛକା ମାରିଛି ।