ରାଜନୀତିରେ ପୂର୍ବତନ ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଖେଳାଳି କେଦାର ଜାଦବ ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ସେ ମୁମ୍ବାଇରେ ମହାରାଷ୍ଟ୍ରର ମନ୍ତ୍ରୀ ଏବଂ ରାଜ୍ୟ ଭାଜପା ମୁଖ୍ୟ ଚନ୍ଦ୍ରଶେଖର ବାୱଙ୍କୁଲେ, ଅଶୋକ ଚୌହ୍ୱାନ ଏବଂ ଅନ୍ୟାନ୍ୟ ନେତାଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଛନ୍ତି । ଭାଜପାରେ ଯୋଗଦେବା ପୂର୍ବରୁ କେଦାର ଜାଦବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ରବିନ୍ଦ୍ର ଚୌହ୍ୱାନଙ୍କୁ ଭେଟିଥିଲେ । ଏହା ପରେ ସେ ମୁମ୍ବାଇ କ୍ରିକେଟ ଆସୋସିଏଶନର ପୂର୍ବତନ ସଭାପତି ଏବଂ ଭାଜପାନେତା ଆଶିଷ ଶେଲାରଙ୍କୁ ଭେଟିଥିବା ଜଣାପଡିଛି । ଭାଜପାରେ ଯୋଗ ଦେବା ପରେ କେଦାର ଜାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କ ବହୁତ ପ୍ରଶଂସା କରିଥିଲେ ।
ଏହା ସହିତ ସେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଅନୁସରଣ କରିବା ଏବଂ ଭାଜପାକୁ ମୁଁ ଯାହା ଦେଇପାରିବି ତାହା ଯୋଗଦାନ ଦେବା । କେଦାର ଜାଦବ ପୁଣେର ବାସିନ୍ଦା । ସେ ଭାରତୀୟ କ୍ରିକେଟ ଦଳ ପାଇଁ ୭୩ଟି ଦିନିକିଆ ଖେଳିଛନ୍ତି । ସେ ୯ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଜଣେ ଅଲରାଉଣ୍ଡର ଭାବେ ଖେଳି ସେ ୭୩ଟି ଦିନିକିଆରେ ୧୩୮୯ ରନ କରିଥିଲେ । ୨୭ଟି ୱିଇକେଟ ମଧ୍ୟ ନେଇଥିଲେ । ହେଲେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ବୋଲିଂ କରି ନାହାନ୍ତି ।