ପୁଷି ମାଆ
ବିଶ୍ୱଜିତା ମହାନ୍ତି: ଧୋବା ଧଉଳିଆ, ଗୁଲୁ ଗୁଲିଆ
ସେନେହୀ ବିରାଡି ମାଆ ଟିଏ,
ଧୋବ ଫରଫର ଛୁଆ ଦୁଇ ତା’ର
ସାହା ତାଙ୍କ ଜାଣି ଏକା ସିଏ ।ା
ଘରଟି ଯାକରେ ଯା’ ଆସ ତାଙ୍କ,
ଖାଆନ୍ତିନି କାଢି ନିଜେ କେବେ,
ଆମିଷ, କ୍ଷୀରରେ ଲୋଭ କିନ୍ତୁ, ଖୁସି
ମାଆ ତା’ର ତାଙ୍କୁ ଯାହା ଦେବେ ।ା
ପୁରା ପରିବାର ବାହାରିଲେ ଦିନେ
ସଜବାଜ ହୋଇ ବଣ ବୁଲି ।
ବଣରେ ତ ଖାଲି ପଶୁପକ୍ଷୀ, ଗଛ
କାହୁଁ ବା ଆସିବ ହାଣ୍ଡି- ଚୁଲି ।ା
ବାଟରେ ଅଚିହ୍ନା ମୁହଁ ମାନ କେତେ
ଦେଖିକି ପିଲାଏ ଗଲେ ଡରି ।
ମାଆ ତାଙ୍କ ବୋକ ଦେଇ କହୁଥାଏ
ଡରିବାନି ଆମେ ଯିବା ତରି” ।ା
ପୁଣି ପିଲାମାନେ ପୋଖତ ହେଲେଣି,
ଜୀଇଁ ରହିବାର କଳା ଜାଣି ।
ଶିକାର କରିବା କଉଶଳ ପୁଣି
ଦେଖି ଜନ-ମନ ହୁଏ ଟାଣି ।ା
ବାଟେ ଯାଉ ଯାଉ ମୂଷା, ପୋକ, ଜୋକ
ଦେଖି କି ପୁଷିର ଛୁଆ ଦୁହେଁ
ଖାଇ ଯାଉଥାନ୍ତି ପାଟି- ପେଟ ଭରି
ଭାରି ଖୁସି, ତାଙ୍କୁ ଦେଖେ କିଏ ।ା
ଭାବି ଚିନ୍ତି ମାଆ ବାହିଲା ତାହାଙ୍କୁ
ବଡ଼ ହୋଇଗଲେ ତୁମେ ଦୁଇ”
ଠାଆ ଠାଆ ହୋଇ ରହିବ ଯାଇକି,
ସବୁରି ମନକୁ ଯିବ ଛୁଇଁ ।ା
ମୂଷା, ଅସରପା, ଝିଣ୍ଟିକା, ଏଣ୍ଡୁଅ
ଯେତେ ସବୁ କ୍ଷତିକାରୀ ଜୀବ
ପଦା କରିଦେବା ତାଙ୍କ ଅଂଶବଂଶ
“ତେବେ ଯାଇ ଆମ ଯଶ’ ଥିବ” ।ା
ଉତ୍ତରା ଛକ, ସରଦେଇପୁର
ଗୋପୀନାଥପୁର, ଖୋର୍ଦ୍ଦା
ଭୁବନେଶ୍ୱର- ୨
ମୋ- ୮୪୮୦୯୯୮୦୯୧