ପୁସ୍ତକ ‘କଣ୍ଟା ଓ ଗୋଲାପ’ ଲୋକାର୍ପିତ 

 ବଲାଙ୍ଗିର :  ବଲାଙ୍ଗିର ସ୍ଥିତ ଟାଉନ ବାଳିକା ହାଇସ୍କୁଲ ପରିସରରେ ବାହୁଡ଼ାଯାତ୍ରା ଅବସରରେ କବୟିତ୍ରୀ ସରସ୍ୱତୀ ମିଶ୍ରଙ୍କ ଦ୍ୱିତୀୟ କବିତା ସଂକଳନ ‘କଣ୍ଟା ଓ ଗୋଲାପ’ର ପାଠକାର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ମୁଖ୍ୟ ଅତିଥି ଭାବେ ନାଟ୍ୟଭୂଷଣ ଜଗଦା ନନ୍ଦ ଛୁରିଆ, ସମ୍ମାନିତ ଅତିଥି ସ୍ରୋତସ୍ୱତୀ ପ୍ରକାଶନୀର ପ୍ରତିଷ୍ଠାତା ଅଧ୍ୟାପକ ସନ୍ଦୀପ କୁମାର କୁଅଁର ଓ ମୁଖ୍ୟବକ୍ତା ଭାବରେ ଶିକ୍ଷବିତ୍ ଡକ୍ଟର ଗୋପବନ୍ଧୁ ରଥ ପ୍ରମୁଖ ଉପସ୍ଥିତ ରହି ପୁସ୍ତକୁ ଲୋକର୍ପଣ କରିଥିଲେ । ଏହି ସମୟରେ ସହ ପ୍ରକାଶକ କୃଷ୍ଣଚନ୍ଦ୍ର ମିଶ୍ର ଉପସ୍ଥିତ ଥିବା ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ସଭାକୁ କସ୍ତୁରୀ ରଥ ସଂଯୋଜନା କରିଥିବାବେଳେ ରଶ୍ମୀ ପାତ୍ର ସ୍ୱାଗତ ସଂଗୀତ ଗାନ କରିଥିଲେ । କଣ୍ଟା ଓ ଗୋଲାପରୁ କବିତା ଆବୃତ୍ତି କରିଥିଲେ କବିତା ମିଶ୍ର, ଧର୍ମେନ୍ଦ୍ର ପ୍ରଧାନ, ନଳିନୀପ୍ରଭା ଶତପଥୀ । ଏହି କବିତା ପାଠକୁ  ପୁଷ୍ପାଞ୍ଜଳି ମେହେର ଓ କବିତା ମିଶ୍ର ସଂଯୋଜନା କରିଥିଲେ ।