ପୁୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ 

 ଗୋପ: ବନ୍ଧୁ ଶବ୍ଦଟି ଅତି ପ୍ରାଚୀନ । ରାମାୟଣ ଓ ମହାଭାରତ ସମୟରୁ ଶୁଣିବାକୁ ମିଳୁଛି । ସଂସ୍କୃତ ବିଷୟରେ ଆମେ ପିଲାଦିନେ ଏକ ଚୋଟ ଗଳ୍ପ ସମସ୍ତେ ଉଣା ଅଧିକ ନିଶ୍ଚିତ ପଢିଥିବେ । ତାହା ହେଉଛି "ଉସôବେ ବ୍ୟସନେ ଚୈବ ଦୁର୍ବିକ୍ଷ ରାଷ୍ଟ୍ର ବିପ୍ଳବେ ରାଜଦ୍ୱାରେ ସ୍ମଶାନେ । ଯଶିଷ୍ଟଟି ଶଃ ବାନ୍ଧବ ଆଦି ସ୍ଥାନରେ ଥିବା ବ୍ୟକ୍ତିଙ୍କୁ ହିଁ ଉପଯୁକ୍ତ ବନ୍ଧୁ ବୋଲି କୁହାଯାଏ । କିନ୍ତୁ ବାସ୍ତବରେ ଏବେ ତାହା ବିରଳ କାରଣ ବ୍ୟସ୍ତତା ଜୀବନରେ ସମସ୍ତେ ସ୍ୱାର୍ଥପର ହୋଇଗଲେଣି । କେବଳ ସ୍ୱାସ୍ଥ୍ୟ ହିଁ ତୁମ ହିଁ ନିଜର  ଅନ୍ୟଥା କେହିଁ ନୁହନ୍ତି କାହାର । ନା ବାପା ନା ମା’ ନା ଭାଇ ନା ଭଉଣୀ ନା ଜ୍ଞାତି କୁଟୁମ୍ବ । ତା’ ସତ୍ତ୍ୱେ ଏ ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ଏରବଙ୍ଗ ହାଇସ୍କୁଲ ୧୯୮୨ ମସିହା ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଜୀବନର ଅଭୁଲା ସ୍ମୃତିକୁ ପୁନଃ ସ୍ମରଣ କରିବା ସହିତ ବିଦ୍ୟାଳୟରେ ଅଧୟନ ସମୟର କଟାଇଥିବା ସମୟକୁ ସ୍ମରଣ କରିଥିଲେ । ଏହାର ନେତୃତ୍ୱ ନେଇଥିଲେ ଶ୍ରୀମତ ମହାପାତ୍ର, ଉମେଶ ଚନ୍ଦ୍ର ବିଶ୍ୱାଳ, ଅଜୟ ସାବୁତ, ଜୟନ୍ତ ରାୟ, ଗୋପୀନାଥ ମୁଦୁଲି ପ୍ରଭୁତି ଉପସ୍ଥିତ ଥିଲେ । ଏଥିପାଇଁ ସ୍କୁଲରେ ଆସନ୍ତା ୮ ତାରିଖରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବିଶାଳ ବନ୍ଧୁମିଳନ ଅନୁଷ୍ଠିତ ହେବାକୁ ଯାଉଛି । ପୁରାତନ ଛାତ୍ର ସଂସଦ ପରିଷଦର ପ୍ରମୁଖ ପ୍ରଦୀପ୍ତ କୁମର ମହାନ୍ତି ନିବେଦନ କରିଛନ୍ତି କି, କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଦ୍ୟାଳୟର ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ।