ଆସିକା ମେଡିକାଲ୍ ସମସ୍ୟା ପରଖିଲେ ସଚିବ

ଆସିକା : ମହିଳା ଓ ଶିଶୁ ବିକାଶ ସଚିବ ଶୋଭା ଶର୍ମା ଦୁଇ ଦିନିଆ ଗଞ୍ଜାମ ଗସ୍ତ କରିଛନ୍ତି । ପ୍ରଥମ ଦିନରେ ଖଲ୍ଲିକୋଟ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସହ ସୁଭଦ୍ରା ହିତାଧିକାରୀ ଓ ଏସ୍ଏଚ୍ଜିଙ୍କ ସହ ଆଲୋଚନା, ଗଞ୍ଜାମ ବ୍ଲକ ହୁମ୍ମା ଆଦିବାସୀ ହଷ୍ଟେଲ୍କୁ ପରିଦର୍ଶନ, ପୁରୁଷୋତ୍ତମପୁର ତାତାତାରିଣୀ ରାସ୍ତାର ସମୀକ୍ଷା, ଭୁତ ସରସିଂ ପଞ୍ଚାୟତ ଗୃହ, କାଳେଶ୍ୱ୍ୱର ପାର୍କ ପରିଦର୍ଶନ, କବିସୂର୍ଯ୍ୟନଗର କସ୍ତୁରୀ ବାଇ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚôଥିଲେ । ସେଠାରେ ପ୍ରଥମେ ପୃଷ୍ଟି ପୁନର୍ବାସ କେନ୍ଦ୍ରକୁ ପରିଦର୍ଶନ କରି ଅପପୃଷ୍ଟି ଶିଶୁ ଏବଂ ମା’ମାନଙ୍କ ସହ ଆଲୋଚନା କରିଥିଲେ । ମେଡିକାଲରେ ପ୍ରବେଶ କରି ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଏବଂ କର୍ମଚାରୀ ଅଭାବ, ସେମାନଙ୍କ ନିମନ୍ତେ ଆବଶ୍ୟକୀୟ କୋଠା, ମେଡିକାଲରେ ଆମ୍ବୁଲାନ୍ସ ନଥିବା, ଏକ୍ସରେ ମେସିନର ଆବଶ୍ୟକତା ସମେତ ଅନ୍ୟାନ୍ୟ ସମସ୍ୟା ବିଷୟରେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଠାରୁ ଅବଗତ ହୋଇଥିଲେ । ସଚିବ ଡାକ୍ତର କର୍ମଚାରୀ, ବୁଦ୍ଧିଜୀବୀ, ସାମ୍ବାଦିକଙ୍କ ସହ ବହୁ ସମୟ ଧରି ମେଡିକାଲ ପରିସରରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ, ସମାଜ ମଙ୍ଗଳ ଅଧିକାରୀ, ତହସିଲଦାର, ବିଡିଓ, ସିଡିପିଓଙ୍କ ସମେତ ଉପସ୍ଥିତ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ସମୟାନୁସାରେ ନିଜର କର୍ତ୍ତବ୍ୟ କରିବାକୁ ପରାମର୍ଶ ଦେଇଥିଲେ ।