ଡାକ୍ତର ରଞ୍ଜନା ପାଇବେ ରାଷ୍ଟ୍ରପତି ପଦକ
ବାରିପଦା: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । କାରଣ ସବୁ ଠାରୁ ଜଟିଳ ସମୟରେ ସେମାନେ ହିଁ ରକ୍ଷା କବଚ ହୋଇ ମଣିଷ ଜୀବନ ରକ୍ଷା କରିଥାନ୍ତି । ୨୦୨୩, ଅଗଷ୍ଟ ୧୮ ରେ ୭ ମହଲା ବିଶିଷ୍ଟ ପିଆରଏମ ମେଡିକାଲ୍ର ତୃତୀୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ଲୋକମାନେ ଜୀବନ ବିକଳରେ ଧାଁ ଦୌଡ଼ କରିଥିଲେ । ଆଉ ସେତେବେଳେ ଡାକ୍ତର ରଞ୍ଜନା କିନ୍ତୁ ଡାକ୍ତରଖାନାର ସେହି ଫ୍ଲୋର୍ରେ ନିଜ ଜୀବନକୁ ବାଜି ଲଗାଇ ନିରବ ନିଶ୍ଚଳ ଭାବରେ ଜଣେ ପ୍ରସୂତିଙ୍କ ଜଟିଳ ଅସ୍ତ୍ରୋପଚାର କରି ତାଙ୍କ ଜୀବନ ବଞ୍ଚାଇଥିଲେ । ସେହିଭଳି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ବରିଷ୍ଠ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜନା ଭଣ୍ଡାରି । ତାଙ୍କର ସେହି ସାହସିକତା ଓ କର୍ତ୍ତବ୍ୟ ନିଷ୍ଠା ଲାଗି ତାଙ୍କୁ ମିଳିବାକୁ ଯାଉଛି ସମ୍ମାନ ଜଣକ ରାଷ୍ଟ୍ରପତି ପୁରସ୍କାର "ଜୀବନ ରକ୍ଷକ ପଦକ ୨୦୨୪ ।’ ଏଭଳି ଜଣେ ଅସାଧାରଣ ମହିଳା ଡାକ୍ତର ରଞ୍ଜନାଙ୍କୁ ରାଷ୍ଟ୍ରପତି ପଦକ ସହ ମାନପତ୍ର ପ୍ରଦାନ କରିବେ ।