ଗାଡି ଧକ୍କାରେ ଶ୍ରମିକ ମୃତ
ପାଣିକୋଇଲି : ଏହି ଥାନା ଅନ୍ତର୍ଗତ ଅମୃତିଆ ରାସ୍ତାରେ ଏକ ଅଜଣା ଗାଡି ଧକ୍କାରେ ଶ୍ରମିକ ମୃତୁ୍ୟ ଘଟିଛି । ମୃତ ଶ୍ରମିକ ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିପୁର ଗ୍ରାମର ବାବାଜି ରାଉତ (୫୫) ହୋଇଥିବା ବେଳେ ରାଜମିନ୍ତ୍ରୀଙ୍କ ସହିତ ଆସି ଶ୍ରମିକ ଭାବେ ବିଦ୍ୟା ସ୍କୁଲର ଘର ନିର୍ମାଣ କରୁଥିଲେ । ସୋମବାର ବାବଜୀ ବୈତରଣୀ ରୋଡ ବଜାରକୁ ଯାଇଥିଲେ । ସେଠାରୁ ସନ୍ଧ୍ୟାରେ ଅମୃତିଆ ପାଣିକୋଇଲି ରାସ୍ତା ଦେଇ ଚାଲି ଚାଲି ଫେରୁଥିବା ବେଳେ ବିଦ୍ୟାଳୟର ଅନତୀଦୂରରେ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାବଜୀ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ତାଙ୍କୁ ଠିକାଦାର ବା ମିସ୍ତ୍ରୀ ପ୍ରଥମେ ଯାଜପୁର ମୁଖ୍ୟ ଚିକସôାଳୟରେ ଭର୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକସôିତ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିବା ସୂଚନା ମିଳିଛି ।