ରେଳ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଗାଡିଷ୍ଟାଣ୍ଡ ଉପରେ ଲାଗିଲା କଟକଣା

ାା ପ୍ରଭାନୁ୍ୟଜ ।ା ଜଟଣୀ: ଖୋର୍ଦ୍ଧା ରୋଡ ରେଳଷ୍ଟେସନ ସମ୍ମୁଖରେ ରେଳ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ମାଗଣା ଗାଡି ଷ୍ଟାଣ୍ଡରେ ଅଣକର୍ମଚାରୀମାନଙ୍କ ମୋଟର ସାଇକେଲ ରଖିବା ଉପରେ ଲାଗିଲା ପ୍ରତିବନ୍ଧକ ।  କେବଳ ରେଳ କର୍ମଚାରୀମାନେ ଉକ୍ତ ଷ୍ଟାଣ୍ଡରେ ଗାଡ଼ି ରଖିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ସେଠାରେ ନିଯୁକ୍ତ ସୁରକ୍ଷା କର୍ମୀମାନେ ରେଳ କର୍ମଚାରୀଙ୍କ ପରିଚୟ ପତ୍ର ଯାଞ୍ଚ କରି ପ୍ରବେଶ ଅନୁମତି ଦେବେ । ସୂଚନା ଅନୁଯାୟୀ, ୨୦୨୩ ମସିହା ଜୁଲାଇରେ ଗାଡି ପାର୍କିଂକୁ ନେଇ ରେଳ ସୁରକ୍ଷା ବଳ ଏବଂ ରେଳକର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।  ପରେ ଶ୍ରମିକ କଂଗ୍ରେସ ଶାଖା ସମ୍ପାଦକ ଏଲଡି ମହାନ୍ତିଙ୍କ ଡାକରାରେ ଶତାଧିକ କର୍ମଚାରୀ ଉଭୟ ଶ୍ରମିକ ସଂଗଠନର କର୍ମକର୍ତ୍ତା, ରେଳ ସୁରକ୍ଷାବଳର ଅଧିକାରୀମାନେ ଷ୍ଟେସନ ମ୍ୟାନେଜରଙ୍କ ପ୍ରକୋଷ୍ଠରେ ଆଲୋଚନା ହୋଇଥିଲା । ମଣ୍ଡଳ ଅଧିକାରୀଙ୍କ ଠାରୁ ଅନୁମତି ଆଣିଲେ ମାଗଣା ପାର୍କିଂ କରିବାକୁ ଅନୁମତି ମିଳିବା ପାଇଁ ସୁରକ୍ଷା ବଳ ଅଧିକାରୀ ମତ ରଖିଥିଲେ । ତା’ପରଦିନ ଶାଖା ସମ୍ପାଦକ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ତତ୍କାଳୀନ ମଣ୍ଡଳ ବରିଷ୍ଠ କାର୍ମିକ ଅଧିକାରୀ ଅମିତେଶ ଆନନ୍ଦଙ୍କୁ ସାକ୍ଷାତ କରିବା ପରେ ଖୋର୍ଦ୍ଧାରୋଡ ପୁରୁଣା ଷ୍ଟେସନ ବିଲ୍ଡିଂ ସାମ୍ନାରେ ଜାଗା ଚିହ୍ନଟ ପାଇଁ ନିଦେ୍ର୍ଦଶ ଜାରି କରିଥିଲେ । କିଛି ମାସ ପରେ ସୁରକ୍ଷା କର୍ମୀ ହଟିଯିବାରୁ ବାହାର ଲୋକ ତାର ସୁବିଧା ନେଇ ଗାଡି ରଖିବା ଆରମ୍ଭ କରି ଦେଇଥିଲେ । ଫଳରେ ରେଳ କର୍ମଚାରୀମାନେ ଗାଡି ରଖିବା ପାଇଁ ଅସୁବିଧା ହେଉଥିଲା । ଫଳରେ ଗତକାଲି ଠାରୁ ପୁନଃ ସୁରକ୍ଷା କର୍ମୀ ନିଯୁକ୍ତି ସହିତ ପରିଚୟ ପତ୍ର ଦେଖାଇ ଗାଡି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।