ସୂକ୍ଷ୍ମ କାରିଗରୀ ମାଧ୍ୟମରେ ଚତୁର୍ଦ୍ଧାମୂର୍ତ୍ତି
ଜଟଣୀ : ଜଟଣୀ ହାଟବଜାର ଗୋପୀନାଥପୁର ବାସିନ୍ଦା ତଥା ସୂକ୍ଷ୍ମ କଳାକାର ଭାବେ ପରିଚିତ ଏଲ୍ ଇଶ୍ୱର ରାଓ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପାଇଁ ଏକ କଳାକୃତି କରି ଚର୍ଚ୍ଚିତ ହୋଇଛନ୍ତି । ଏକ ୨୦୦ ଏମଏଲ ପ୍ଲାଷ୍ଟିକ ବୋତଲ ଭିତରେ ଚକ୍ ଖଡ଼ିରେ ନିର୍ମିତ ହୋଇଛି ୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ଚତୁର୍ଦ୍ଧା ମୂର୍ତ୍ତି (ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଓ ସୁଦର୍ଶନ ) । ଏହି ମୂର୍ତ୍ତିଗୁଡ଼ିକୁ ବୋତଲ ଭିତରେ ପଥରରେ ପ୍ରସ୍ତୁତ ସିଂହାସନରେ ରଖାଯାଇଛି, ଯାହାର ଉଚ୍ଚତା ସାଢେ ୨ ଇଞ୍ଚ ଏବଂ ଚଉଡ଼ା ୨ ଇଞ୍ଚ । ଏହା ପଛପଟେ ୫ ଇଞ୍ଚର ରଥର ଉପରିଭାଗ ପ୍ରସ୍ତୁତ ହୋଇଛି ।