ପୋଷକ ତତ୍ତ୍ଵ ରେ ଭରପୁର ଫୁଲକୋବିର ପତ୍ର;ସ୍ଵାସ୍ଥ୍ୟ ପାଇଁ ଉପକାରୀ
ଫୁଲକୋବି ପ୍ରାୟ ସମସ୍ତଙ୍କର ପସନ୍ଦ । ବର୍ଷସାରା ବଜାରରେ ମିଳୁଥିଲେ ହେଁ ଶୀତଦିନରେ ଏହି ପରିବାର ସ୍ୱାଦ ହିଁ କିଛି ଅଲଗା । ଫୁଲକୋବି ଭଜା, ତରକାରୀ, ଛଣା ବ୍ୟତୀତ ଅନେକ ପ୍ରକାରର ଆଇଟମ୍ କରି ମା’ ଯେତେବେଳେ ଖାଇବା ଥାଳିଟି ବାଢିଦିଅନ୍ତି, ଓଃ ତାର ଆନନ୍ଦ କଣ ଆଉ କହିହେବ । ଅନେକ ଲୋକ ଫୁଲକୋବିର ଫୁଲଭାଗ ବା ଧଳାଅଂଶଟିକୁ କାଟି ରୋଷେଇ କରି ଏହାର ପତ୍ର ଏବଂ ନାଡିକୁ ଫୋପାଡି ଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି?ଫୁଲକୋବିର ପତ୍ର ମଧ୍ୟ ପୋଷକ ତତ୍ତ୍ୱରେ ଭରପୂର ।ଫୁଲକୋବିର ପତ୍ରରୁ ଭିଟାମିନ୍ ଏ , ଫାଇବର୍ , ପ୍ରୋଟିନ୍ , କ୍ୟାଲସିୟମ୍ ଏବଂ ଫସଫରସ୍ ଭଳି ତତ୍ତ୍ୱ ମିଳିଥାଏ । ଯାହା ଆମ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଆପଣ ଏହି ପତ୍ରକୁ ଫୋପାଡିବା ବଦଳରେ ସାଲାଡ୍ , ସୁପ୍ କିମ୍ବା କୌଣସି ରେସିପି କରି ମଧ୍ୟ ଖାଇପାରିବେ । ଫୁଲକୋବିର ପତ୍ର ସେବନ ଦ୍ୱାରା ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ତେବେ ଆଜି ଆସନ୍ତୁ ଜାଣିବା ସେ ସମ୍ବନ୍ଧରେ...
ଡାଏବେଟିସ୍ ରୋଗୀଙ୍କ କ୍ଷେତ୍ରରେ ଫୁଲକୋବି ପତ୍ର ଏବଂ ନାଡ ଖାଇବା ଖୁବ୍ ଲାଭଦାୟକ ହୋଇଥାଏ । ଏଥିରେ ପ୍ରୋଟିନ୍ ଏବଂ ଫାଇବରର ମାତ୍ରା ଅଧିକ ମିଳିଥାଏ ଏବଂ କାର୍ବୋହାଇଡ୍ରେଟର ମାତ୍ରା କମ୍ ଥାଏ । ଯାହା ଖାଇବା ଦ୍ୱାରା ବ୍ଲଡ୍ ସୁଗରର ଲେବଲ୍ କଣ୍ଟ୍ରୋଲରେ ରହିଥାଏ । ଯଦି ଆପଣଙ୍କୁ ଡାଇବେଟିସ୍ ସମସ୍ୟା ରହିଛି , ତେବେ ଡାକ୍ତରଙ୍କୁ ପରାମର୍ଶ କରି ଫୁଲକୋବିର ପତ୍ରକୁ ନିଜ ଡାଏଟରେ ସାମିଲ୍ କରନ୍ତୁ । ଫୁଲକୋବିର ପତ୍ର ଏବଂ ନାଡ ଆଖି ପାଇଁ ଖୁବ୍ ଲାଭକାରୀ । ଏକ ଷ୍ଟଡିରୁ ଜଣାପଡ଼ିଛି ଯେ ଫୁଲକୋବିର ପତ୍ରରେ ଭିଟାମିନ୍ - ଏ ଭରପୁର ମାତ୍ରାରେ ରହିଥାଏ । ଯାହା ସେବନକରିବାଦ୍ୱାରା ସିରମ୍ ରେଟିନାଲ୍ ଲେବଲ୍ ବଢେ ଏବଂ ନାଇଟ୍ ବ୍ଲାଇଣ୍ଡନେସ ବିପଦ ମଧ୍ୟ କମ୍ ହୁଏ । ଏଥିରେ ଆଣ୍ଟିଅକ୍ସିଡେଣ୍ଟସ୍ ଏବଂ ଆଣ୍ଟି ଇନଫ୍ଲେମେଟରୀ ଗୁଣ ରହିଥିବାରୁ ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହାଛଡା ଫୁଲକୋବିର ପତ୍ରରେ ହାଇ ଫାଇବର ଏବଂ ଫ୍ୟାଟର ମାତ୍ରା କମ୍ ହେବା କାରଣରୁ ଏହା ହାର୍ଟ ରୋଗୀଙ୍କ ଆଇରନର ସମୃଦ୍ଧ ସ୍ରୋତ ହେଉଛି ଫୁଲକୋବିର ପତ୍ର । ଯାହାର ମାତ୍ର ୧୦୦ ଗ୍ରାମ୍ ପତ୍ରରେ ୪୦ ମିଲିଗ୍ରାମ୍ ଆଇରନ୍ ମିଳିଥାଏ । ଏହାର ସେବନ ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ । ଶିଶୁ ଏବଂ ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏନିମିଆର ଚିକିତ୍ସା ପାଇଁ ମଧ୍ୟ ଫୁଲକୋବିର ପତ୍ରକୁ ବେଶ୍ ପ୍ରଭାବଶାଳୀ ବୋଲି ମନେ କରାଯାଏ । କ୍ୟାଲସିୟମରେ ଭରପୂର ଫୁଲକୋବିର ପତ୍ର । ମାତ୍ର ୧୦୦ ଗ୍ରାମ୍ ପତ୍ରରୁ ୬୦୦ ମିଲିଗ୍ରାମ୍ କ୍ୟାଲସିୟମ୍ ମିଳେ । ଯାହା ଖାଇବା ଦ୍ୱାରା ହାଡ ଷ୍ଟ୍ରଙ୍ଗ୍ ହୁଏ । ଏହା ସହ ଅର୍ଥରାଇଟିସ୍ ଏବଂ ହାଡ ସମ୍ବନ୍ଧୀୟ ଅନ୍ୟ ରୋଗକୁ ରୋକିବା ପାଇଁ ମଧ୍ୟ ଫୁଲକୋବିର ପତ୍ର ସାହାଯ୍ୟ କରିଥାଏ ।