ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷାଫଳ

ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷାଫଳ

ନୂଆଦିଲ୍ଲୀ :  ପ୍ରକାଶ ପାଇଛି ନିଟ୍ ୟୁଜି -୨୦୨୫ ପରୀକ୍ଷା ଫଳ । ପରୀକ୍ଷାର୍ଥୀମାନେ ନିଟ୍ neet.nta.nic.inର ଅଫିସିଆଲ୍ ୱେବସାଇଟରେ ଫଳାଫଳ ଦେଖିପାରିବେ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନଟିଏ)ମଧ୍ୟ ପାସ୍ କରିଥିବା ପ୍ରାର୍ଥୀଙ୍କ ନମ୍ବର ଏବଂ ଟପ୍ପରଙ୍କ ନାମ ଘୋଷଣା କରିଛି ।

ଚଳିତ ବର୍ଷ ରାଜସ୍ଥାନର ମହେଶ କୁମାର ନତଟ୍ ପରୀକ୍ଷାରେ ଟପ୍ପର ହୋଇଥିବା ବେଳେ ମଧ୍ୟପ୍ରଦେଶର ଉତ୍କର୍ଷ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଓଡ଼ିଶାରେ ଦେବାଶିଷ ଦାସ ଟପ୍ପର ହୋଇଛନ୍ତି । ଦେବାଶିଷ ୬୦ ତମ ରାଙ୍କରେ ରହିଛନ୍ତି । 

 ରେଜଲ୍ଟ କିପରି ଦେଖିବେ: ନିଟ୍‌ର ଅଫିସିଆଲ୍ ୱେବସାଇଟ୍, neet.nta.nic.inକୁ ଯାଆନ୍ତୁ । ତା'ପରେ ହୋମପେଜରେ 'NEET UG 2025 Result' ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଲଗଇନ୍ ପ୍ରମାଣପତ୍ର ଯେପରିକି ଆଡମିଟ୍ କାର୍ଡ ନମ୍ବର, ଜନ୍ମ ତାରିଖ ଏବଂ କ୍ୟାପଚ କୋଡ୍ ପ୍ରବେଶ କରି ସବମିଟ୍ କରନ୍ତୁ । ଏବେ ନିଟ୍ ୟୁଜି ପରୀକ୍ଷା-୨୦୨୫ ଫଳ ସ୍କ୍ରିନରେ ଦେଖାଯିବ। ଏହା ପରେ ଆପଣଙ୍କର ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ।