ମୁମ୍ବାଇ ପୁଲିସକୁ ଧମକପୂର୍ଣ୍ଣ ମେସେଜ ଦେବା ଘଟଣାରେ ଅଭିଯୁକ୍ତ ଅଶ୍ବିନ ସୁପ୍ରା ଗିରଫ

ମୁମ୍ବାଇ ପୁଲିସକୁ ଧମକପୂର୍ଣ୍ଣ ମେସେଜ ଦେବା ଘଟଣାରେ  ଅଭିଯୁକ୍ତ ଅଶ୍ବିନ ସୁପ୍ରା ଗିରଫ

ମୁମ୍ୱାଇକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ । ଅଶ୍ବିନ ସୁପ୍ରା ନାମକ ବ୍ୟକ୍ତିକୁ ନୋଏଡାରୁ ମୁମ୍ୱାଇ କ୍ରାଇମବ୍ରାଞ୍ଚ୍ ଗିରଫ କରିଛି । ମୁମ୍ବାଇ ଟ୍ରାଫିକ୍ ପୁଲିସକୁ ଅଶ୍ବିନ ହ୍ବାଟ୍ସଆପ୍ ଯୋଗେ ଧମକ ଦେଇଥିଲା । କହିଥିଲା, ୧୪ ଜଣ ଆତଙ୍କବାଦୀ ମାନବ ବୋମା ଭାବେ ୪ ଶହ କେଜି ଆରଡିଏକ୍ସ ଧରି ୩୪ଟି ଗାଡ଼ିରେ ମୁମ୍ୱାଇରେ ପ୍ରବେଶ କରିଛନ୍ତି । ଶନିବାର ଗଣେଶ ଉତ୍ସବ ଶେଷଦିନ ମୁମ୍ୱାଇରେ ବିସ୍ଫୋରଣ ଘଟାଇବେ ।  ସେ ନିଜକୁ ଲସ୍କର-ଏ-ଜିହାଦୀ ଭାବେ ପରିଚୟ ଦେଇଥିଲା ।  ପ୍ରାୟ ୫୦ ବର୍ଷ ବୟସ୍କ ଅଶ୍ୱିନ ସୁପ୍ରା ବିହାରର ମୂଳ ବାସିନ୍ଦା ଓ ସେ ବ୍ୟବହାର କରିଥିବା ମୋବାଇଲ ଫୋନ୍ ଓ ସିମ୍ ଜବତ କରାଯାଇଛି । ଅଶ୍ବିନ ସୁପ୍ରାକୁ  ମୁମ୍ୱାଇ ଆଣୁଛି କ୍ରାଇମବ୍ରାଞ୍ଚ ।  ଏଭଳି ଧମକର ଉଦ୍ଦେଶ୍ୟ କ’ଣ ଓ ଆଉ କିଏ ଏହି ଘଟଣାରେ ଜଡ଼ିତ ଅଛନ୍ତି କି ନାହିଁ, ସେ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି ।