ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ବଡନଇ ପଞ୍ଚାୟତର ବଡନଇ ଗାଁରେ ଗତ ରାତିରେ ନିଜ ପିନ୍ଧା ଶାଢୀରେ ଫାଶି ଲଗାଇ ଜଣେ ବିବାହିତ ମହିଳା ଅତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଚମ୍ପୁଆ ପୁଲିସ ଅପମୃତ୍ୟୁ ମାମଲା କେଶ ନଂ ୨୬/୨୫ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ବଡନଇ ଗ୍ରାମର ପ୍ରଭାତ ଲୋହା ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଲୋହାର ଘରେ ଶୋଇଥିବା ବେଳେ ମଧ୍ୟରାତ୍ରୀରେ ପ୍ରଭାତ ଲୋହାରଙ୍କ ନିଦ ଭାଙ୍ଗିବାରୁ ପାଖରେ ସ୍ତ୍ରୀ ନଥିବା ଦେଖି ଘର ବାହାରକୁ ଆସିଥିଲେ । ମାତ୍ର ସ୍ତ୍ରୀକୁ ପାଇନଥିଲେ । ଘରେ ଥିବା ପୁଅକୁ ଡାକି ଘର ପଛପଟ ବାଡିରେ ଖୋଜାଖୋଜି ପରେ ବାଡିରେ ଥିବା ଏକ ପୁରୁଣା କୋଳି ଗଛରେ ସୁମିତ୍ରା ଲୋହାର ବେକରେ ଫାଶି ଲଗାଇ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏ ନେଇ ପୁଲିସକୁ ଖବର ଦେବା ପରେ ପୁଲିସ ଶବ ଜବଦ କରି ପଞ୍ଚନମା ପାଇଁ ଡାକ୍ତରଖାନା ଫଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।