ପ୍ରକୃତି ଓ ଜୀବନ
ନମସ୍କାର,
ଜୀବନର ଛୋଟ କଥାର ବଡ ବିଚାରକୁ ନେଇ ‘ଅମୃତ ବିନ୍ଦୁ'ର ଉପସ୍ଥାପନା । ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟକୁ ଆପଣଂକୁ ସ୍ୱାଗତ । ଆଜି ଜାଣିବା ପ୍ରକୃତି ଓ ଜୀବନ । ଏତକ କଥାକୁ ଆପଣ ଗ୍ରହଣ କରନ୍ତୁ, ହୃଦୟଂଗମ କରନ୍ତୁ ଆଉ ବିଚାର କରନ୍ତୁ ।
‘ମୁଁ' ଏବଂ ‘ମୋ' ଚାରିପଟେ ଯାହା ଦେଖୁଛି ସେସବୁ ହେଉଛି ପ୍ରକୃତି । ଏହାକୁ କେହି ଈଶ୍ୱର ବୋଲି କହିପାରେ, କେହି ପଞ୍ଚଭୂତ ବୋଲି କହିପାରେ । କେହି ବାଲି, ମାଟି, ପଥର, ପାଣି, ବର୍ଷା ବି କହିପାରେ । ଯିଏ ଯାହା କହୁନା ପଛକେ, ଏସବୁକୁ ଛାଡି 'ମୁଁ' ଓ 'ମୋର' କିଛି ଅସ୍ତିତ୍ୱ ନାହିଁ ।
'ମୁଁ' ବୋଲୁଥିବା ଲୋକଟି ଏହାରି ଭିତରେ ଜନ୍ମ ନିଏ ଆଉ ଦିନେ ଏହିମାନଙ୍କ ଭିତରେ ହିଁ ଲୀନ ହୋଇଯାଏ । ଏସବୁ ଉପାଦାନ ଚିରନ୍ତନ । ଈଶ୍ୱରୀୟ ସତ୍ତା ଚିରନ୍ତନ, ଯାହା କେବେ ଲୀନ ହୁଏ ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ମନୁଷ୍ୟ ଏହି ପ୍ରକୃତି ସହିତ ବଞ୍ଚିବା ପରିବର୍ତ୍ତ? 'ମୁଁ'ର ଅହଂକୁ ସାଧେ । ହେଲେ ପ୍ରକୃତି କାହାରି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଏଇଥିରେ ସବୁ ସତ୍ତାଙ୍କର ଅଧିକାର ରହିଛି । ମଣିଷର ଅହଂ ଥାଏ ସିନା, ମୃତୁ୍ୟ ବେଳେ ହାତରେ ଦୁଇ ମୁଠା ମାଟିକୁ ମୁଠେଇ ଧରିବା ବ୍ୟତୀତ ଆଉ ଅଧିକ କିଛି ନେଇପାରେ ନାହିଁ । 'ଏଇଟା ମୋର-ସେଇଟା ମୋର' ବୋଲି କହୁଥିବା ଲୋକ ଶେଷକୁ ଖାଲି ହତାଶାର ଅଶ୍ରୁ ଢାଳିବା ବ୍ୟତୀତ ଆଉ କିଛି ପାଏ ନାହିଁ ।
ଆମକୁ ବୁଝିବାକୁ ହେବ ଯେ ପ୍ରକୃତି କାହା ଅଧୀନରେ ନାହିଁ । ଅତଏବ ପ୍ରକୃତି ସହିତ ବନ୍ଧୁତା ହିଁ ଆନନ୍ଦ । ପ୍ରକୃତି ସହିତ ବଞ୍ଚୁଥିବା ଓ ଜୀବନ ବିତାଉଥିବା ଲୋକଙ୍କ ଜୀବନରେ ଅଶ୍ରୁ ନାହିଁ, ଆନନ୍ଦ ଓ ସନ୍ତୋଷ ହିଁ ଥାଏ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।