ପ୍ରତି ଖେଳାଳିଙ୍କୁ ସମ୍ମାନ ମିଳୁ : ରୋହିତ୍
ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଗତ ନଅ ମାସ ଧରି କ୍ରିକେଟର ଉତ୍ଥାନ-ପତନ ସତ୍ତ୍ୱେ ତାଙ୍କ ଦଳ ସଫଳତା ହାସଲ କରିବା ପାଇଁ ସାମୂହିକ ଲଢେଇ କରିଛି ଏବଂ ଗତ ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଦଳର ପ୍ରତ୍ୟେକ ସଦସ୍ୟ ସମ୍ମାନ ପାଇବାର ଯୋଗ୍ୟ । ଭାରତୀୟ ଦଳ ଗତ ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଥିଲା, ଯେଉଁଥିରେ ଏହା ୱାନଡ଼େ ବିଶ୍ୱକପରେ ହାରିଥିଲା । ଯେତେବେଳେ ଏହା ଟି୨୦ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଭାରତୀୟ ଅଧିନାୟକ ଭାବରେ ତାଙ୍କ କାର୍ଯ୍ୟକାଳ ବିଷୟରେ କହିବାକୁ ଗଲେ ରୋହିତ କହିଛନ୍ତି, ‘ଏହି ଦଳ ତିନୋଟି ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ଯାହା ହାସଲ କରିଛି ତାହା ଆଶ୍ଚର୍ଯ୍ୟଜନକ ।’ କଳ୍ପନା କରନ୍ତୁ ଯଦି ଆମେ ଓଡ଼ିଆଇ ବିଶ୍ୱକପ ମଧ୍ୟ ଜିତିଥାନ୍ତୁ, ତେବେ ଆମେ ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଥାନ୍ତୁ । ମୁଁ ଏପରି କଥା କେବେ ଶୁଣି ନାହିଁ । ୨୪ ମ୍ୟାଚ୍ରୁ ୨୩ଟିରେ ବିଜୟୀ । ଏହା ବାହାରକୁ ବହୁତ ଭଲ ଦେଖାଯାଉଛି କିନ୍ତୁ ଏହି ଦଳ ବହୁତ ଉତ୍ଥାନ ପତନ ଦେଖିଛି । ‘ଆମେ କଠିନ ସମୟ ଦେଖିଛୁ କିନ୍ତୁ ତା’ପରେ ଆପଣଙ୍କୁ ଉସôବ ପାଳନ କରିବାର ସୁଯୋଗ ମଧ୍ୟ ମିଳିଥାଏ,‘ ମୁମ୍ବାଇ ଇଣ୍ଡିଆନ୍ସର ‘ଏକ୍ସ’ ପୃଷ୍ଠାରେ ଦଳ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ରୋହିତ କହିଛନ୍ତି ।