ରାଇନାଙ୍କ ରେକର୍ଡ ଭାଙ୍ଗିଲେ ଧୋନି
ନୂଆଦିଲ୍ଲୀ : ଆଇପିଏଲର ୮ମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଏମ୍ଏସ୍ ଧୋନି ନିଜ ନାମରେ ଏକ ବଡ଼ ରେକର୍ଡ କରିଥିଲେ । ସେ ସିଏସ୍କେ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ସେ ସୁରେଶ ରାଇନାଙ୍କୁ ପଛରେ ପକାଇ ଦେଇଛନ୍ତି । ତଥାପି ତାଙ୍କର ଏହି ସଫଳତା ଦଳକୁ ଜିତାଇ ପାରିନ୍ôଲା । ଚେନ୍ନାଇକୁ ୫୦ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ମ୍ୟାଚ୍ରେ ଧୋନି ୧୬ ବଲରେ ୩୦ ରନ କରି ଅପରାଜିତ ଇନିଂସ ଖେଳିଥିଲେ । ଏହା ସହିତ ସେ ଆଇପିଏଲରେ ସିଏସ୍କେ ପାଇଁ ସର୍ବାଧିକ ରନ ସ୍କୋରର ହୋଇଗଲେ । ଧୋନି ଏପର୍ଯ୍ୟନ୍ତ ସିଏସ୍କେ ପାଇଁ ମୋଟ ୪୬୯୯ ରନ କରିଛନ୍ତି । ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ଧୋନି ୨୩୬ଟି ମ୍ୟାଚ୍ ଖେଳିଛନ୍ତି । ପୂର୍ବରୁ ଏହି ରେକର୍ଡ ସୁରେଶ ରାଇନାଙ୍କ ନାମରେ ଥିଲା । ଯିଏ ୧୭୬ ମ୍ୟାଚ୍ରେ ୪୬୮୭ ରନ କରିଥିଲେ । ଧୋନି ଏବେ ସିଏସ୍କେର ସର୍ବକାଳୀନ ସର୍ବାଧିକ ସ୍କୋରର ହୋଇଛନ୍ତି । ଏହି ମ୍ୟାଚ୍ରେ ଆରସିବି ପ୍ରଥମେ ବ୍ୟାଟିଂ କରି ୧୯୬/୭ର ଏକ ଦୃଢ଼ ସ୍କୋର କରିଥିଲା । ଜବାବରେ ସିଏସ୍କେ କେବଳ ୧୪୬/୮ କରିପାରିଥିଲା ଏବଂ ୫୦ରନରେ ପରାସ୍ତ ହୋଇଥିଲା । ଏହି ବିଜୟ ଆରସିବି ପାଇଁ ସ୍ୱତନ୍ତ୍ର ଥିଲା କାରଣ ସେମାନେ ୧୭ ବର୍ଷ ପରେ ଚେନ୍ନାଇର ଘରୋଇ ପଡ଼ିଆ ଚେପକ ଷ୍ଟାଡିୟମରେ ଏକ ମ୍ୟାଚ ଜିତିଥିଲେ ।