ମହମ୍ମଦ୍ ଆବାସ୍ଙ୍କ ବିଶ୍ୱ ରେକର୍ଡ :୨୪ ବଲ୍ରେ ଅର୍ଦ୍ଧଶତକ
ନୂଆଦିଲ୍ଲୀ : ଖେଳିଲେ ଡେବୁ୍ୟ, ରଚିଲେ ଇତିହାସ । ପ୍ରଥମରୁ ଛାଇଗଲେ । ପ୍ରଥମ ଥର ଖେଳି ରେକର୍ଡ଼ କଲେ । କେବଳ ରେକର୍ଡ଼ ନୁହେଁ ବିଶ୍ୱ ରେକର୍ଡ଼ କଲେ । ତୁଫାନୀ ବ୍ୟାଟିଂ କରି କୀର୍ତ୍ତିମାନ ହାସଲ କଲେ । ଶନିବାର ଜଣେ ୨୧ ବର୍ଷିୟ ଯୁବ ଖେଳାଳିଙ୍କ ବ୍ୟାଟରୁ ଏଭଳି ଘଟଣା ଦେଖିବାକୁ ମିଳିଛି । କି୍ରକେଟ ତାଙ୍କ ରକ୍ତରେ ଥିଲା । କାରଣ ତାଙ୍କ ବାପା ଆଝାର ଆବ୍ୱାସ ୯୦ ଦଶକରେ ପାକିସ୍ତାନ ପାଇଁ ଘରୋଇ କ୍ରିକେଟ ଖେଳୁଥିଲେ ।
ଶନିବାର ନୁ୍ୟଜିଲାଣ୍ଡର ମହମ୍ମଦ ଆବାସ ନେପିୟରର ମ୍ୟାକଲିନ୍ ପାର୍କରେ ପାକିସ୍ତାନ ବିପକ୍ଷରେ ୨୬ ବଲ୍ରେ ୫୨ ରନ୍ କରି ଏକ ଦିବସୀୟ ଡେବୁ୍ୟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ଏକ ନୂତନ ରେକର୍ଡ କରିଛନ୍ତି । ୨୧ ବର୍ଷୀୟ ଖେଳାଳିଙ୍କ ପ୍ରଭାବଶାଳୀ ପ୍ରଦର୍ଶନ କୃଣାଲ୍ ପାଣ୍ଡ୍ୟାଙ୍କ ପୂର୍ବ ଥିବା ରେକର୍ଡକୁ ସେ ଭାଙ୍ଗି ଦେଇଛନ୍ତି । ମାର୍କ ଚାପମ୍ୟାନଙ୍କ ଶତକ ସହାୟତାରେ ନୁ୍ୟଜିଲାଣ୍ଡ ୭୩ ରନ୍ ବିଜୟ ହାସଲ କରି ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ନୁ୍ୟଜିଲାଣ୍ଡର ୨୧ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ମହମ୍ମଦ ଆବାସ ଶନିବାର ଇତିହାସ ରଚିଛନ୍ତି । ନେପିୟରର ମ୍ୟାକଲିନ୍ ପାର୍କରେ ପାକିସ୍ତାନ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ସମୟରେ ଏକ ଦିବସୀୟ ଡେବୁ୍ୟରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଲାହୋରରେ ଜନ୍ମିତ ଏହି କ୍ରିକେଟର ମାତ୍ର ୨୪ ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ଯାହା ଭାରତର କୃଣାଲ ପାଣ୍ଡ୍ୟାଙ୍କ ପୂର୍ବ ରେକର୍ଡକୁ ଭାଙ୍ଗିଛି । କୃଣାଲ ୨୦୨୧ ମସିହାରେ ଇଂଲଣ୍ଡ ବିପକ୍ଷରେ ୨୬ ବଲ୍ରେ ଏହି ସଫଳତା ହାସଲ କରିଥିଲେ । ଏହି ସମୟରେ ମହମ୍ମଦ ଆବାସ ତାଙ୍କ ବ୍ୟାଟରୁ ୩ଟି ଛକ୍କା ଏବଂ ୩ ଚୌକା ମାରିଥିଲେ । ଅବ୍ୱାସ ଏବେ ୱାନ୍ଡେ କ୍ରିକେଟ ଇତିହାସରେ ଡେବୁ୍ୟ ମ୍ୟାଚ୍ରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ଲଗାଇବା ବ୍ୟାଟର ହୋଇଛନ୍ତି । ଅବାସଙ୍କ ଦମଦାର୍ ପାଳିରେ ନୁ୍ୟଜିଲାଣ୍ଡ ପ୍ରଥମେ ବ୍ୟାଟିଂରେ ୫୦ଓଭରରେ ୯ୱିକେଟରେ ୩୪୪ରନ୍ କରିଥିଲା । ଏହାର ଜବାବରେ ପାକିସ୍ତାନ ୨୭୧ରନରେ ଆଉଟ୍ ହୋଇଯାଇଥିଲା । ନୁ୍ୟଜିଲାଣ୍ଡ ପ୍ରଥମ ୱାନଡେ ୭୩ ରନରେ ବିଜୟୀ ହୋଇଯାଇଛି ।