ପ୍ରତି ୟୁରିଆ ବସ୍ତାରେ ନାନୋ ୟୁରିଆ ଟ୍ୟାଗ୍

 ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତାରିଣୀ ଟ୍ରେଡର୍ସ ରାସାୟନିକ ସାର ଦୋକାନ ଖଲିଆକାନୀ ଠାରେ ପ୍ରତି ୟୁରିଆ ବସ୍ତାରେ ଗୋଟିଏ ନାନୋ ୟୁରିଆ ଟ୍ୟାଗ ହୋଇଥିବା ଚାଷୀଙ୍କ ଅଭିଯୋଗ ହୋଇଛି । ଗତକଛିଦିନ ହେବ ୟୁରିଆ ସାର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ଠିକ ରୂପେ ହୋଇପାରୁ ନଥିବା ବେଳେ, କଳାହାଣ୍ଡି ଜିଲ୍ଲା ରେ ମଧ୍ୟ ୟୁରିଆ ସାର ଅଭାବ ଥିଲା । 
ଗୋଲାମଣ୍ଡା ବ୍ଲକର ରାସାୟନିକ ସାର ହୋଲସେଲର ଘନଶ୍ୟାମ ମେହେରଙ୍କ ନାମରେ ଥିବା ବେଳେ ତାଙ୍କର ଆଉ ଏକ ତାରିଣୀ ଟ୍ରେଡର୍ସ ସାର ଦୋକାନ ଅଛି  । ତାରିଣୀ ଟ୍ରେଡର୍ସ ଖଲିଆକାନୀରେ ଆଜି ୟୁରିଆ ସାର ପାଇଁ ପ୍ରବଳ ଜନସମାଗମ ହୋଇଥିଲା  । ଗତ କାଲି ଠାରୁ ଲୋକେ ସାର୍ ପାଇଁ ଲମ୍ବା ଧାଡି ଲାଗି ଥିଲେ  । କିନ୍ତୁ ଦୁର୍ଭାଗ୍ୟର ବିଷୟ ନିରୀହ ଚାଷୀଙ୍କୁ ଗୋଟିଏ ବସ୍ତା ୟୁରିଆ ସାର ଓ ଗୋଟିଏ ଏକସ୍ପାରି ନାନୋ ୟୁରିଆ ବାଧ୍ୟତାମୂଳକ ଭାବେ ଦେଇ ୫୦୦ ଟଙ୍କା ନେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସରକାରୀ ଧାର୍ଯ୍ୟ ଅନୁସାରେ ୫୦ କେଜି ୟୁରିଆ ସାରର ମୂଲ୍ୟ ୨୬୬ ଟଙ୍କା ଅଛି । ହେଲେ ଏଠାରେ ଏକ ବସ୍ତା ପ୍ରତି ଚାଷୀ ମାନଙ୍କ ଠାରୁ ୨୮୦ ଟଙ୍କା ନେଇ ତା ସହିତ ଏକ୍ସପ୍ୟାରୀ ଡେଟ ଯାଇଥିବା ନାନୋ ୟୁରିଆ ଟ୍ୟାଗ କରି ବାଧ୍ୟତାମୂଳ ଭାବେ ୫୦୦ ଟଙ୍କା ଚାଷୀଙ୍କ ଠାରୁ ଶୋଷଣ କରାଯାଉଛି । ସାର ଚଢା ଦରରେ ବିକ୍ରିହେଉଥିବା ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚô ପଚାରିବାରୁ ନିଜେ ଘନଶ୍ୟାମ ମେହେର ତୁମ୍ଭର ଦମ୍ ଅଛି ଦୁଇ ଟ୍ରକ ୟୁରିଆ ଆଣି ଚାଷୀଙ୍କୁ ଯୋଗାଇ ଦିଅ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଲଟା ଧମକ ଦେଇଥିଲେ । ଏ ନେଇ ଗୋଲାମୁଣ୍ଡା ଗୋଷ୍ଠୀ କୃଷି ଅଧିକାରୀ ନୌକେଶ୍ୱର ନାଗଙ୍କୁ ଯୋଗାଯୋଗ କରାଯାଇଥିଲା । ଖବର ପାଇ କୃଷି ଅଧିକାରୀ ଖଲିଆକାନୀ ତାରିଣୀ ଟ୍ରେଡର୍ସ ସାର ଦୋକାନରେ ପହଞ୍ଚି ସମସ୍ତ କାଗଜ ପତ୍ର ଯାଞ୍ଚ କରିଥିଲେ । ଗୋଟିଏ ୟୁରିଆ ବସ୍ତାରେ ନାନୋ ୟୁରିଆ ଟ୍ୟାଗ ନ କରି ପ୍ରତି ୟୁରିଆ ବସ୍ତା ସରକାରୀ ଧାର୍ଯ୍ୟମୁତାବକ ବିକ୍ରି କରିବାକୁ ତାରିଣୀ ଟ୍ରେଡ଼ର୍ସ ମାଲିକ ମୁରଲୀ ଧର ମେହେରଙ୍କୁ ତାଗିଦ କରିଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଚମକ ଦେବା କଥା ନିଜେ କୃଷି ଅଧିକାରୀ ସ୍ୱୀକାର କରିଥିବା ବେଳେ ଏହା ଏକ ନିନ୍ଦନୀୟ ଘଟଣା ବୋଲି ପ୍ରକାଶ କରିଥିଲେ । ଏ ଉପରେ ଶ୍ରୀ ନାଗ ଘନଶ୍ୟାମ ମେହେର ଓ ତାଙ୍କ ପୁଅ ମୁରଲୀଧର ମେହେରଙ୍କୁ ତାଗିଦ କରିବା ସହ ଦରକାର ପଡିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ ।ଏବଂ ମହାଳିଙ୍ଗ ଗ୍ରାମର ଉତ୍ତମ ସାହୁ ଓ ମକରଗୁଡା ଗ୍ରାମର ହର ପ୍ରସାଦ ସାହୁ ଗୋଟିଏ ପ୍ୟାକେଟ ୟୁରିଆ ସାର ସହିତ ଗୋଟିଏ ନାନୋ ବୋତଲ ଦେଇ ଚାଷୀଙ୍କ ଠାରୁ ଟ୫୫୦ଙ୍କା ନେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି  ।