ଜଳିଗଲା ମାଲବାହୀ ଟ୍ରକ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନଂ ରାଜ୍ୟ ରାଜପଥ କିଡିଙ୍ଗ ଗାଁ ନିକଟରେ ନିଆଁ ଲାଗି ଏକ ମାଲବାହୀ ଟ୍ରକ ହୁତୁହୁତୁ ହୋଇ ଜଳିଯାଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ, ମାଲବାହୀ ଟ୍ରକ ନଂ (ସିଜି-୦୮-ଏଏକ୍ସ -୧୮୨୭) ମହାରାଷ୍ଟ୍ର ନାଗପୁର ଠାରୁ ଲାଞ୍ଜିଗଡକୁ ଜେନେରେଟର ନେଇ ଆସୁଥିବା ବେଳେ କିଡିଙ୍ଗ ଗ୍ରାମ ନିକଟରେ ଗାଡିର କୌଣସି କାରଣରୁ ସଟ୍ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ହେଲେ ଡ୍ରାଇଭର ଓ ହେଲପର ସୁରକ୍ଷିତ ରହିଥିବା ବେଳେ ସ୍ଥାନୀୟ ଲୋକେ ଟ୍ରକରେ ନିଆଁ ଲାଗିଥିବା ଦେଖି ସିକେରକୂପା ଫାଣ୍ଡିକୁ ଖବର ଦେଇଥିଲେ । ପରେ ଖବର ପାଇ ସିକେରକୂପା ଫାଣ୍ଡି ଅଧିକାରୀ ମୀନକେତନ ଶବର ଏବଂ ଏସଆଇ ବିଶ୍ୱନାଥ ମହଲା ସହ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଖବର ପାଇଁ ନର୍ଲା, ଭବାନୀପାଟଣା ଏବଂ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚô ନିଆଁକୁ ଆୟତ୍ତ କରିଥିଲେ ।