ମହଙ୍ଗା ପଡିଲା ବିଳମ୍ବିତ ରାତିରେ ଡିଜେ ପରିବେଷଣ, ଗାଡି ଜବତ
ହିଞ୍ଜିଳିକାଟୁ: ବିନା ଅନୁମତିରେ ବିଳମ୍ବିତ ରାତିରେ କର୍କଶ ଶବ୍ଦ ପ୍ରଦୁ୍ୟଷଣ କରି ଡିଜେ ବଜାଇବା ପଡିଛି ମହଙ୍ଗା । ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ଡିଜେ ଗାଡିକୁ ଜବତ କରିଛି ।? ଏଭଳି ଏକ ଘଟଣା ଗୁରୁବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଆଡପଡା ଗ୍ରାମରେ ଘଟିଛି । ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଆଡପଡା ଗ୍ରାମରେ ଏକ ଗଣେଷ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଏକ ଡିଜେ ଗାଡି କର୍କଶ ଶବ୍ଦ ପ୍ରଦୁ୍ୟଷଣ କରି ଗ୍ରାମ ଦାଣ୍ଡରେ ଗାଡି ଚାଲିଥିଲା । ଡିଜେ ଶବ୍ଦ କମ୍ କରିବା ପାଇଁ ଗ୍ରାମର କିଛି ବ୍ୟକ୍ତି ସଂପୃକ୍ତ ଡିଜେ ମାଲିକଙ୍କୁ ଅନୁରୋଧ କରିଥିଲେ କିନ୍ତୁ ଡିଜେ ମାଲିକ ଅଧିକ ଶବ୍ଦ କରି ଗାଁ ଦାଣ୍ଡରେ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଡିଜେ ମାଲିକଙ୍କୁ ଅନୁମତି ପତ୍ର ମାଗିଥିଲେ । ବିନା ଅନୁମତିରେ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଡିଜେ ବ୍ୟବହାର କରିବା ସହ ଶବ୍ଦ ପ୍ରଦୁ୍ୟଷଣ କରିବା ଅଭିଯୋଗରେ ଡିଜେ ଗାଡିକୁ ଜବତ କରଛି । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।