ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ
ଭୁବନେଶ୍ୱର : ଏଣିକି ଅନଲାଇନ୍ ସହ ଅଫଲାଇନରେ ବି ପୈଠ କରିହେବ ଚାଲାଣ । ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନଗଦ ଅର୍ଥ ଗ୍ରହଣ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ । ସେହିପରି ମୋବାଇଲ ନମ୍ବର ଅପଡେଟ ରଖି ନଥିବାରୁ ଓଟିପି ପାଉ ନଥିବା ଗାଡ଼ି ମାଲିକ ଓ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳର ଲୋକଙ୍କ ପାଇଁ ଏହି ନିୟମ ସହାୟକ ହେବ ବୋଲି ପରିବହନ ବିଭାଗ ସୂଚନା ଦେଇଛି । ଏହା ସହ ପୂର୍ବ ପରି ଅନଲାଇନରେ ମଧ୍ୟ https://echallan.parivahan.gov.in/ ଇ- ଚାଲାଣ ପୈଠ କରିପାରିବେ ।
Samir Kumar Rout