ପରଲୋକରେ ବଲିଉଡ଼ର ହି-ମ୍ୟାନ୍ ଧର୍ମେନ୍ଦ୍ର
ମୁମ୍ବାଇ : ବଲିଉଡର ସବୁଠୁ ସମ୍ମାନିତ ଓ ଲୋକପ୍ରିୟ ଅଭିନେତା ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କର ପରଲୋକ । ୮୯ ବର୍ଷ ବୟସରେ ମୁମ୍ବାଇ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି । ଏନେଇ ବଲିଉଡର ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ଧର୍ମେନ୍ଦ୍ରଙ୍କ ଦେହାନ୍ତ ନେଇ ପୋଷ୍ଟ କରିଛନ୍ତି । ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହର ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଲେଖିଛନ୍ତି “ଏହା ଏକ ଯୁଗର ଅନ୍ତ.. ଜଣେ ବିଶାଳ ମେଗା ଷ୍ଟାର । ମୁଖ୍ୟଧାରାର ସିନେମାରେ ଜଣେ ହିରୋର ଅବତାର । ଅତ୍ୟନ୍ତ ସୁନ୍ଦର ଏବଂ ସବୁଠାରୁ ରହସ୍ୟମୟ ସ୍କ୍ରିନ୍ ଉପସ୍ଥିତି । ସେ ଭାରତୀୟ ସିନେମାର ଜଣେ ପ୍ରକୃତ କିମ୍ବଦନ୍ତୀ । ସିନେମା ଇତିହାସର ପୃଷ୍ଠାରେ ପରିଭାଷିତ ଏବଂ ସମୃଦ୍ଧ ଭାବରେ ଉପସ୍ଥିତ । ”
ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ହୋଇଥିଲା । ହେଲେ ପରିବାର ଲୋକେ ସେ ଜୀବିତ ଥିବା ସ୍ପଷ୍ଟ କରିଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା । ଘରେ କିଛି ଦିନ ପରିବାର ଲୋକଙ୍କ ସହିତ ସମୟ ବିତାଇବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି । ମୁମ୍ବାଇର ଭିଲେ ପାଲ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ବଲିଉଡର ସବୁଠୁ ସମ୍ମାନିତ ଓ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ ଧର୍ମେନ୍ଦ୍ର । ଟିଭିରେ ତାଙ୍କ ମୁଭି ଆସଥିଲେ ପୂରା ପରିବାର ଟିଭି ଆଗରେ ବସିପଡୁଥିଲା । ୭ ଦଶକରୁ ଅଧିକ ଲମ୍ବା ସମୟର କ୍ୟାରିୟରରେ ୩୦୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଛାପ ଛାଡିଛନ୍ତି ଧର୍ମେନ୍ଦ୍ର । ଏଥିରୁ ’ଶୋଲେ’, ଚୁପକୋ ଚୁପକେ’ ’ସୀତା ଔର ଗୀତା’, ’ଧରମ ବୀର’ ପରି କିଛି ସୁଚପରହିଟ୍ ମୁଭି ଏବେବି ସମସ୍ତଙ୍କ ମନକୁ ଛୁଏଁ ।ଜୀବନର ଶେଷ ଯାଏଁ ଅଭିନୟକୁ ଜାରି ରଖିଥିଲେ ଧର୍ମେନ୍ଦ୍ର ।