ଭୁବନେଶ୍ୱର ସତ୍ୟବିହାରରେ ଅଗ୍ନିକାଣ୍ଡ
ଭୁବନେଶ୍ୱର : ଆଜି ରାଜଧାନୀର ଏକ ଆପାର୍ଟମେଣ୍ଟରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଭୁବନେଶ୍ୱର ସତ୍ୟବିହାରରେ ଥିବା ଏକ ଚାରି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଫଳରେ ପୁରା ଅଞ୍ଚଳ ଧୁଆଁମୟ ହୋଇଯାଇଛି । ଅଗ୍ନିକାଣ୍ଡରେ ଅନେକ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
Samir Kumar Rout