ପ୍ରଦୂଷଣରେ ଜର୍ଜରିତ ଲୋକେ

 ତାଳଚେର : ତାଳଚେରରେ ବର୍ଷ ବର୍ଷ ଧରି ପ୍ରଦୁ୍ୟଷିତ ଓ ରାସ୍ତାଘାଟ ଜନିତ ସମସ୍ୟା ରହିଥିଲେ ସୁଦ୍ଧା ତାହାର ନିରାକରଣ ଅଦ୍ୟାବଧି ହୋଇ ନ ପାରିବା ଏକ ଉଦ୍ବେଗ ବିଷୟ ପାଲଟିଛି । ତାଳଚେର ବ୍ଲକର ତାଳବେଡ଼ା ଠାରୁ ଚାଇଁପାଳ ଦେଇ ବଅଁରପାଳ ଯାଇଥିବା ଜାତୀୟ ରାଜପଥରେ ଯାତାୟତ କରିବା ଯମଯନ୍ତ୍ରଣା ପାଲଟିଛି । ରାସ୍ତା ପାଶ୍ୱର୍ରେ ରହିଥିବା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଦୀର୍ଘ ବର୍ଷ ହେବ ରାସ୍ତାରୁ ଉଡୁଥିବା ପ୍ରଚୁର କୋଇଲା ଗୁଣ୍ଡ ମିଶି୍ରତ ଧୂଳିଧୂଅାଁରେ ଅଣନିଶ୍ୱାସୀ ହେବା ସହିତ ଦୈନନ୍ଦିନ ଦୁର୍ଘଟଣା ଶୀକାର ହେଉଥିବା ଘଟଣା ଅଞ୍ଚଳବାସୀଙ୍କୁ ବ୍ୟଥିତ କରି ପକାଉଛି । ଏଠାରେ ପୂର୍ବରୁ ଅନୁଗୋଳ ଜିଲ୍ଲାପାଳ ଜନସାଧାରଣଙ୍କ ସ୍ୱାର୍ଥକୁ ନଜର ରଖି ଧୂଳିଧୂଅାଁ ଟ୍ରାଫିକ ବ୍ୟବସ୍ଥା ନେଇ ନୋ ଏଣ୍ଟ୍ରି ଓ ଭାରୀଯାନ ଗୁଡ଼ିକ ୨୦ କିମି ବେଗରେ ଯିବାରୁ ସ୍ପଷ୍ଟଭାବେ ନିଦେ୍ର୍ଦଶ ଦେଇଥିଲେ । ଯାହାଫଳରେ କି ଲୋକମାନଙ୍କୁ ସେହି ନୋ ଏଣ୍ଟ୍ରି ସମୟରେ ଯାତାୟତ କରିବାକୁ ସୁବିଧା ହେଉଥିଲା । ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଏହାକୁ ହେୟ ଜ୍ଞାନ ମନେ କରି ଟ୍ରକ ଗୁଡ଼ିକୁ ଦ୍ରୁତଗତିରେ ଏହି ଜାତୀୟ ରାଜପଥରେ ଚଳପ୍ରଚଳ କରିବାର ଦେଖିବାକୁ ମିଳିଛି । ତେଲ ପକାଇବା ତଥା ମରାମତି କରିବା ନାମରେ ରାଜପଥ ପାଶ୍ୱର୍ରେ ମନଇଚ୍ଛା ରଖିବାକୁ ଯୋଗୁଁ ରାସ୍ତା ସଂକୁୁଚିତ ହେବା ଯୋଗୁଁ ଦୁର୍ଘଟଣା ମାତ୍ରା ବୃଦ୍ଧି ପାଉଛି । ଦୈନିକ ଶହଶହ ଟ୍ରକ ଯାତାୟତ ଯୋଗୁଁ ତାଳଚେର ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ସାଙ୍ଗକୁ ୧୩ କିମି ରାସ୍ତାକୁ ଅତିକ୍ରମ କରିବାକୁ ପ୍ରାୟ ୪ରୁ ୫ ଘଣ୍ଟା ଲଗାଯାଇଛି । ବେଳେ ବେଳେ ଜରୁରୀକାଳୀନ ଗାଡ଼ି ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ୍, ଅଗ୍ନିଶମ ଗାଡ଼ି ଗୁଡ଼ିକ ମଧ୍ୟ ଏହି ରାସ୍ତାର ଯାଇ ନ ପାରି ଦୀର୍ଘ ସମୟଧରି ଅପେକ୍ଷା କରୁଥିବା ଲକ୍ଷ୍ୟ କରାଯାଉଛି ।


ସେହିପରି ତାଳଚେର ଉପଖଣ୍ଡରେ ବିଭିନ୍ନ କୋଇଲାଖଣି, ଏନଟିପିସି, ଡ଼େରେଙ୍ଗ ଜିନ୍ଦଲ ଆଦି ଶିଳ୍ପାନୁଷ୍ଠାନ ରହିଛି । ଏହି କୋଇଲା ଖଣିରୁ ଓ ଏନଟିପିସି, ଜିନ୍ଦଲରୁ ହଜାର ସଂଖ୍ୟକ କୋଇଲା ଓ ପାଉଁଶ ବୋଝେଇ ଟ୍ରକ ଏହି ଜାତୀୟ ରାଜପଥ ଉପରେ ଚଳପ୍ରଚଳ କରିଥାନ୍ତି । ଫଳତଃ ଗାଡ଼ି ଗୁଡ଼ିକରୁ ଆସୁଥିବା କୋଇଲା ଗୁଣ୍ଡ, ପାଉଁଶ, ଧୂଳିଧୂଳିଆରେ ଏହି ଜାତୀୟ ରାଜପଥରେ ପଡ଼ିବାରୁ ଜାତୀୟ ରାଜପଥଟି ସମ୍ପୂର୍ଣ୍ଣଭାବେ ଧୂଳିଧୂଆଁରେ ଆକ୍ତମାକ୍ତା ହୋଇ ପଡ଼ୁଛି । ଜାତୀୟ ରାଜପଥ ଅଣଓସାରିଆ ସାଙ୍ଗକୁ ଏତେ ସଂଖ୍ୟକ ଟ୍ରକ ଚଳାଚଳ ଜନିତ ବ୍ୟାପକ କୋଇଲା ଗୁଣ୍ଡ ମିଶି୍ରତ ଧୂଳିଧୂଅାଁରେ ଦିନ ରାସ୍ତାଘାଟ ଠିକ୍ ଭାବେ ଦେଖାଯାଇନଥାଏ । ଏମାନଙ୍କ ମଧ୍ୟରେ ଯାଇଥିବା ସାଇକେଲ କିମ୍ବା ମଟରସାଇକେଲ ଆରୋହୀ ପ୍ରଚୁର ଧୂଳିରେ ଅଣନିଶ୍ୱାସୀ ହେବା ସହିତ ଦୁର୍ଘଟଣାର ଶୀକାର ହୋଇଥାନ୍ତି । ଏପରିକି ରାସ୍ତାରପାଶ୍ୱର୍ରେ ତାଳବେଡ଼ା ଗ୍ରାମ ଠାରୁ ଆରମ୍ଭ କରି ଚାଳକିଆକୂଟା, ତାଳଚେର କଲେଜ, ବାଇପାସ୍ ଛକ, ବହ୍ଲର, ଥର୍ମାଲ, ଆନନ୍ଦବଜାର, ଚାଇଁପାଳ ପର୍ଯ୍ୟନ୍ତ ଏହି ଉଡୁଥିବା କୋଇଲା ମିଶ୍ରିତ ଧୂଳି ଗୁଣ୍ଡ ଦ୍ୱାରା ସାଙ୍ଗକୁ ଭାତହାଣ୍ଡି ପଡ଼ୁଥିବା ଅଭିଯୋଗ ହୋଇ ଆସୁଛନ୍ତି । ଏହାର ପ୍ରତିକାର ନିମନ୍ତେ ଅଞ୍ଚଳବାସୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ସମେତ ବିଭିନ୍ନ ଫୋରମ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳିପାରିନି । ଏହି ଜାତୀୟ ରାଜପଥ ଦେଇ ଏହି ଜାତୀୟ ରାଜପଥ ଦେଇ ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ, ଏନ୍ଏଚଆଇ ଓ ପ୍ରଦୁ୍ୟଷଣ ବିଭାଗର ବାବୁଭାୟାମାନେ ଚଳପ୍ରଚଳ କରୁଥିଲେ ମଧ୍ୟ ଏହି ସମସ୍ୟାକୁ କିପରି ସମାଧାନ କରିବାକୁ ଚେଷ୍ଟିତ ନାହାନ୍ତି । ତେବେ ତାଳଚେର ଅଞ୍ଚଳରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚୁର ରାଜସ୍ୱ ନେଉଥିଲେ ମଧ୍ୟ ବର୍ଷବର୍ଷ ଧରି ଦୁଇ ପ୍ରମୁଖ ସମସ୍ୟା ଲାଗି ରହିଛି । ଜିଲ୍ଲା ଖଣିଜ ପାଣ୍ଠିରେ କୋଟିକୋଟି ଟଙ୍କା ପଡ଼ି ରହିଥିଲେ ମଧ୍ୟ ତାହାକୁ କାହିଁକି ସମସ୍ୟାର ସମାଧାନ କରିବାକୁ ଖର୍ଚ୍ଚ କରାଯାଉ ନାହିଁ ତଥା ନିର୍ବାଚିତ ପ୍ରତିନିଧିମାନେ ଏ ନେଇ କାହିଁକି ଚୁପ୍ ହୋଇ ବସିଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନ ଜୋରଦାର ଆନେ୍ଦାଳନର ଦାନା ବାନ୍ଧୁଛି ।