ପ୍ରଧାନଶିକ୍ଷକଙ୍କ ମାସିକ ଆଲୋଚନା 

 ବଡମ୍ବା:  ପ୍ରତି ମାସ ଭଳି ଚଳିତ ମାର୍ଚ୍ଚ ମାସରେ ବଡମ୍ବା ବ୍ଲକ୍ର ୩୯ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ପଞ୍ଚଦଶ ମାସିକ ଆଲୋଚନା ବୈଠକ ଗୋପୀନାଥପୁରସ୍ଥିତ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମତ୍ତଗଜ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ସମ୍ମାନିତଅତିଥି ଭାବେ ନରସିଂହପୁର ବ୍ଲକର ପ୍ରାକ୍ତନ ଶିକ୍ଷାଧିକାରୀ ଶ୍ରୀନିବାସ ପ୍ରଧାନ, ସହ ଶିକ୍ଷା ଅଧିକାରୀ ନିର୍ମଳା ବେହେରା, ପ୍ରାକ୍ତନ ସହ ଶିକ୍ଷା ଧିକାରୀ ବିବେକାନନ୍ଦ ସାହୁ, ନରେନ୍ଦ୍ର ରଥ, ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲକୁ ଯୋଗାଇ ଦିଆଯାଇଥିବା ୟୁନିଫର୍ମ, ସମସ୍ତ ସ୍କୁଲ ଗୁଡିକ ଏକା ପ୍ରକାର ରଙ୍ଗ ଦେବା, ପଞ୍ଚ ସଖା ଶିକ୍ଷା ସେତୁ ପରିଚାଳନାରେ ପୁରାତନ ବିଦ୍ୟାର୍ଥୀଙ୍କୁ ବିଦ୍ୟାଳୟ ଉନ୍ନତିରେ ସାମିଲ କରି ଯୋଜନା ପ୍ରସ୍ତୁତ କରିବା, ଉକôର୍ଷ ମୂଲ୍ୟାୟନ ଡାଟା ଅପ୍ ଲେକ୍ଷଡ୍ କରିବା, ପିଲାଙ୍କ ଗଣିତ ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନେବା, ପ୍ରବେଶ ଉସôବ ପାଳନ ଓ ଖାଡ଼ି ଛୁଆଁ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରିବା ଆଦି ପ୍ରସଙ୍ଗ ଉପରେ ବିଧିବଦ୍ଧ ଭାବେ ଆଲୋଚନା କରାଯାଇଥିଲା । ଆୟୋଜକ ପ୍ରଧାନଶିକ୍ଷକ ଶୈଳବାଳା ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଶିକ୍ଷକ ଅଶୋକ ଧଳ ପରିଚାଳନା କରିଥିଲେ । ଶିକ୍ଷକ ଅସିତ ମହାପାତ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସଂସ୍କାର ଧର୍ମୀ ସଚେତନତା ବାର୍ତ୍ତା ପ୍ରଦାନ କରୁଥିବା ନୃତ୍ୟ ଅଭିନୟ ପ୍ରଦର୍ଶନ କରିଥିଲେ । ପ୍ରଧାନଶିକ୍ଷକଙ୍କ ମଧ୍ୟରେ କାମରାଜ ସାହୁ, ସରୋଜ କୁମାର ମିଶ୍ର, ସନାତନ ବେହେରା, ରାମଚନ୍ଦ୍ର ସ୍ୱାଇଁ, ବିକ୍ରମ କେଶରୀ ରାଉତ ବିଜୟ କୁମାର କରଣ, ମନମୋହନ ମହାରଣା, ଶ୍ୟାମ ବନ୍ଧୁ ବେହୁରା, ଅରୁଣ ବଳ, ବିଜୟ କୁମାର ଛତ୍ର, ଶ୍ରୀକାନ୍ତ ଚନ୍ଦ୍ର ମହାନ୍ତି,ହିମାଂଶୁ ଶତପଥୀ,ଦିଲ୍ଲୀପ କୁମାର ପଣ୍ଡା, ମାନସୀ ମଞ୍ଜରୀ ସେଠି, ସସ୍ମିତା ଦାଶ ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସନ୍ତୋଷ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ