ଷ୍ଟିୟରିଂ ଛାଡ଼ ଆନେ୍ଦାଳନ ଚେତାବନୀ
ଢେଙ୍କାନାଳ : ଓଡିଶା ଡ୍ରାଇଭର ମହାସଂଘର ନଦେ୍ର୍ଦଶକ୍ରମେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ୭ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଶାସନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ମହାସଂଘ ପକ୍ଷରୁ ବାରମ୍ବାର ଦାବି ସତ୍ତ୍ୱେ ଡ୍ରାଇଭରମାନଙ୍କର ଯେଉଁ ୮ଦଫା ଦାବି ସରକାରଙ୍କର ଠାରେ ଉପସ୍ଥାପନ କରାଯାଇଥିଲା, ସେଥିରୁ ଏକ ମାତ୍ର ଗୋଟିଏ ଦାବି ପୂରଣ କରି ଅନ୍ୟ ବାକି ୭ଗୋଟି ଦାବି ପୂରଣ କରିବାର ନା ଧରୁ ନାହାନ୍ତି । ତେବେ ଏ ନେଇ ମହାସଂଘ ପକ୍ଷରୁ ମାର୍ଚ୍ଚ ମାସ ୨୯ତାରିଖ ଠାରୁ ୬ଦିନ ବ୍ୟାପୀ ରାଜଧାନୀର ଲୋୟାର ପିଏମଜି ଠାରେ ଧାରଣା ଦେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ଏଣୁ ମହାସଂଘର ଯେଉଁ ପ୍ରମୁଖ ୭ଦଫା ଦାବି ମଧ୍ୟରେ ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ ୱାର୍କର ୱେଲଫେୟାର ବୋର୍ଡÿରେ ଅଟୋ ଡ୍ରାଇଭରମାନଙ୍କୁ ସାମିଲ କରାଯାଉ, ଜନସାଧାରଣଙ୍କର ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ତିଆରି କରାଯାଉ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ବର୍ଷ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ପ୍ରତି ୧୦୦କିଲୋମିଟର ବ୍ୟବଧାନରେ ଗାଡି ରହଣି ଓ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମଗାର ଓ ଶୌଚାଳୟର ବ୍ୟବସ୍ଥା କରିବା ଆଦି ଉଲ୍ଲେଖ ରହିଛି । ଏହି ସବୁ ଦାବି ସମ୍ବଳିତ ଏକ ଦାବିପତ୍ର ସଂଘର ସଭାପତି ବୈରାଗୀ ମଲିକ, ସହ ସମ୍ପାଦକକୃଷ୍ଣ ଚନ୍ଦ୍ର ବିଶ୍ୱାଳ ଓ ଉପଦେଷ୍ଟା ଭୀମ ସେନ ଦାସଙ୍କର ନେତୃତ୍ୱରେ ସଂଘର ସଭ୍ୟମାନେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ସତ୍ୟଜିତ ମହାପାତ୍ରଙ୍କୁ ପ୍ରଦାନ ସହିତ ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା ଓ ଗଁଦିଆ ଥାନ ଅଧିକାରୀ ଶାନ୍ତନୁ କୁମାର ପ୍ରଧାନଙ୍କୁ ମିଳିତ ଭାବରେ ପ୍ରଦାନ କରିଛନ୍ତି । ଯଦି ଏକ ମାସ ମଧ୍ୟରେ ଉକ୍ତ ଦାବି ଗୁଡିକ ତୁରନ୍ତ ସରକାର ପୂରଣ ନ କରନ୍ତି, ତା’ ହେଲେ ଆଗାମୀ ଜୁଲାଇ ମାସ ୮ତାରିଖ ଠାରୁ ସମସ୍ତ ଡ୍ରାଇଭରମାନେ ଷ୍ଟିୟରିଂ ଛାଡିବା ସହିତ ଗାଡି ଚଳେଇବେ ନାହିଁ । ତତ୍ସହିତ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।