ପ୍ରଧାନଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପାରାଦୀପ : ପାରାଦୀପ ପୈାର ପରିଷଦର ୧୮ ନମ୍ବର ଓ୍ୟାର୍ଡ ଅଧୀନ ନୋଳିଆସାହି (ଷଣ୍ଢକୁଦ)ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରେଣୁବାଳା ସାହୁଙ୍କୁ ପବିତ୍ର ଅକ୍ଷୟ ତୃତୀୟାରେ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ସାଢ଼େ ୧୦ଟାରେ ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୂଖ୍ୟ ଅତିଥି, କୁଜଙ୍ଗ ମଣ୍ଡଳର ସହ ଶିକ୍ଷା ଅଧିକାରୀ ଶ୍ରୀମତୀ ସରୋଜିନୀ ବେହେରା ମୂଖ୍ୟ ବକ୍ତା ଓ ପାରାଦୀପ ପୈାର ପାଳିକାର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ପୈାର ପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, କୁଜଙ୍ଗ ବ୍ଲକର ମଣ୍ଡଳ ଶିକ୍ଷା ଅଧିକାରୀ ମନୋଜ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁଜିତ କୁମାର ପରିଡା ଉପଦେଷ୍ଟା ତଥା ଆଞ୍ଚଳିକ ସାଧନ ସଂଯୋଜକ ସୁକାନ୍ତ କୁମାର ସ୍ୱାଇଁ ପ୍ରମୂଖ ସମ୍ମାନ୍ନିତ ଅତିଥି ଭାବେ ଯୋଗ ଦେଇ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରେଣୁବାଳା ସାହୁଙ୍କର ବିଦ୍ୟାଳୟ ପ୍ରତି ଅବଦାନ ତଥା ସମୟାନୁବର୍ତିତା, କର୍ମ ତତ୍ପରତା, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକମାନଙ୍କ ସହିତ ଉତମ ସମ୍ପର୍କ ରକ୍ଷା କରି ସମସ୍ତଙ୍କ ପାଇଁ ପ୍ରିୟପାତ୍ର ହୋଇ ପାରିଥିବା ଆଜିର ଏହି ସମାବେଶ ପ୍ରମାଣିତ କରୁଛି ବୋଲି ମତ ପୋଷଣ କରିଥିଲେ । ଏହି ଅବସରରେ ଅବସର ଗ୍ରହଣ କରିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରେଣୁବାଳା ସାହୁଙ୍କୁ ଉତରୀୟ, ଉପଢ଼ୈାକନ ଓ ମାନପତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା । ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଷଣ୍ଢକୁଦର ତିନୋଟି ଓ୍ୟାର୍ଡ ପାରିଷଦ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ସମେତ ପୈାରାଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ପୈାର ପାରିଷଦମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।