ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ
ଖଣ୍ଡପଡ଼ା : ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଖଣ୍ଡପଡ଼ା ଅବକାରୀ ଏସ୍ଆଇ ଦୀପକ ଜେନାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ ସିଡିପିଓ କେ କୋଟେଶ୍ୱରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଯୋଗଦେଇ କାର୍ଯ୍ୟକ୍ରମ ଆୟୋଜନର ଉଦେ୍ଦଶ୍ୟ ସମ୍ପକରେ ଆଲୋକପାତ କରିଥିଲେ । ନିଶାଦ୍ରବ୍ୟର କୁପରିଣାମ ସମ୍ପକରେ ସର୍ବସାଧାରଣଙ୍କୁ ସଚେତନ କରିବା, ନିଶାଦ୍ରବ୍ୟର ସେବନ ବନ୍ଦ ସହ ନିଶାଦ୍ରବ୍ୟକୁ ପୁରା ବର୍ଜନ କରି ଏକ ସୁସ୍ଥ ସମାଜ ଗଠନରେ ସମସ୍ତେ ସହଯୋଗର ହାତ ବଢାଇବା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳା ଓ ପଞ୍ଚାୟତ ଲୋକପ୍ରତିନିଧିଙ୍କୁ ସଚେତନ କରାଯାଇଥିଲା । ପୁନଶ୍ଚ ଏ ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଓଡ଼ିଶାକୁ ସମ୍ପୂର୍ଣ୍ଣ ରୂପେ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବକାରୀ ବିଭାଗ ଜରିଆରେ ଏଭଳି କାର୍ଯ୍ୟକ୍ରମ ଲଗାତର ଭାବେ ଚାଲୁ ରହିଥିବା ଜଣାପଡିଛି । ପରିଚାଳନାରେ ଅବକାରୀ କର୍ମଚାରୀ ଓ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ ।