ପ୍ରବଳ ବର୍ଷାରେ ଉବୁଟୁବୁ ଦିଲ୍ଲୀ : ଘରର କାନ୍ଥ ପଡି ୮ ମୃତ


  ନୂଆଦିଲ୍ଲୀ:  ବର୍ଷାରେ ବେହାଲ  ରାଜଧାନୀ ଦିଲ୍ଲୀ  । ଜୁୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଘାଟ ପାଣିରେ ବୁଡିଯାଇଛି । ଏପରି ସ୍ଥିତିରେ ଲୋକେ ଘରୁ ବାହାରିବା ହୋଇଯାଇଛି ମୁସ୍କିଲ୍  । ଏହାରି ଭିତରେ ବର୍ଷା ହେତୁ ଘଟିଛି ବଡ ଅଘଟଣ  । ଶନିବାର ଘରର କାନ୍ଥ ପଡି ୮ ଜଣଙ୍କ ମୃତୁ୍ୟ ହୋଇଛି  । ଏହାସହ ୮ ଜଣ ଆହତ ହୋଇଛନ୍ତି । ଅଘଟଣ ପରେ ସ୍ଥାନୀୟ ଲୋକେ ପ୍ରଶାସନ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦକ୍ଷିଣ-ପୂର୍ବ ଦିଲ୍ଲୀର ଜୈତପୁର ନିକଟ ହରି ନଗରରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୩ ପୁରୁଷ, ୨ ମହିଳା ଏବଂ ୨ ଶିଶୁ ସାମିଲ ଅଛନ୍ତି ।  ଦୁର୍ଘଟଣାରେ ଆହତ ୫ ଜଣଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ  ଅଣାଯାଇଥିଲା ।  ଯେଉଁଠାରେ ଚିକିସôା ସମୟରେ ୩ ଜଣଙ୍କର ମୃତୁ୍ୟ ହୋଇଥିଲା । ସେହି ସମୟରେ ୩ ଜଣଙ୍କୁ ଏମ୍ସ  ଟ୍ରମା ସେଣ୍ଟରକୁ ନିଆଯାଇଥିଲା  । ଯେଉଁଠାରେ ସମସ୍ତଙ୍କ ମୃତୁ୍ୟ ହୋଇଥିଲା । ଆଉ ଜଣେ ଏବେ ବି ଆହତ ଅଛନ୍ତି  । ତାଙ୍କର ଚିକିସôା ସଫଦରଜଙ୍ଗ ହସ୍ପିଟାଲରେ ଚାଲିଛି । ପାଣିପାଗ ବିଭାଗ ସୂତ୍ର ଅନୁଯାୟୀ, ଶନିବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୭୮.୭ ମିଲିମିଟର ବର୍ଷା ହୋଇଛି । ପ୍ରଗତି ମଇଦାନ ଅଞ୍ଚଳରେ ଶତ ପ୍ରତିଶତ ବର୍ଷା ହୋଇଛି । ଏହି ବର୍ଷା ଫଳରେ ଗରମ ଓ ଗୁଳୁଗୁଳିରୁ ଲୋକଙ୍କ ତ୍ରାହି ମିଳିଛି । ଲଗାତର ବର୍ଷା ଯୋଗୁଁ ଯମୁନା ନଦୀ ବିପଦସ୍ତର ଉପରେ ପ୍ରବାହିତ ହେଉଛି ।