ଷ୍ଟାଡିୟମରେ ଫ୍ଲଡ ଲାଇଟ ଉଦ୍ଘାଟିତ
ପାରାଦୀପ : ଅନୁ୍ୟନ ୧ କୋଟି ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପାରାଦୀପ ବନ୍ଦର ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମରେ ଗତ ଶୁକ୍ରବାର ସନ୍ଧ୍ୟାରେ ନୂତନ ଫ୍ଲଡ ଲାଇଟର ଶୁଭ ଉଦ୍ଘାଟନ ହୋଇଯାଇଛି । ବନ୍ଦରର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟଅତିଥି ଭାବେ ଏହାକୁ ଉଦଘାଟନ କରିଥିଲେ । ଉସôବରେ ବନ୍ଦରର ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ବନ୍ଦର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଆଲୋକୀକରଣ ବ୍ୟବସ୍ଥା ଅନ୍ତର୍ଗତ ୬ ଗୋଟି ୩ ମିଟର ଉଚ୍ଚା ଆଲୋକ ଖୁମ୍ୱ ବ୍ୟବସ୍ଥା କରାଯାଇଛି । ଏହି ଏଲଇଡି ହାଇମାକ୍ସ ଲାଇଟ ବନ୍ଦରର କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉସôାହ ସୃଷ୍ଟି କରିଛି । ଏନିକି ଷ୍ଟାଡିୟମରେ ସାନ୍ଧ୍ୟ କ୍ରୀଡା ପାଇଁ ସ୍ଥାନୀୟ ଖେଳାଳିମାନେ ଅପୂର୍ବ ସୁଯୋଗ ପାଇବେ ବୋଲି ବନ୍ଦର ଅଧ୍ୟକ୍ଷ ହରନାଦ କହିଛନ୍ତି ।