ପ୍ରଶାସନକୁ କୃତଜ୍ଞତା ଜଣାଇଲେ ଦୀପା 

 ନବରଙ୍ଗପୁର: ଜିଲ୍ଲା କୋଷାଗୁମୁଡା ବ୍ଲକ୍ ବଡ ଆଟିଗାଁ ସଦର ପଞ୍ଚାୟତ ରମେଶ ଭତ୍ରା ଜଣେ ନବମ ଶ୍ରେଣୀର ଛାତ୍ର । ବୟସ ପ୍ରାୟ ୧୪ ହେବ । ପିଲାଟି ବେଳରୁ ନିଜର ଡାହାଣ ହାତ ହୋରାଇ ଆଜି ଦିବ୍ୟାଙ୍ଗ ପାଲଟି ଯାଇଛି । ସେ ଅନେକ ଥର ଆବେଦନ ପରେ ତା'ର ଆଧାର କାର୍ଡ କିମ୍ବା କୌଣସି ଦିବ୍ୟାଙ୍ଗ ପ୍ରମାଣ ପତ୍ର ଆଜି ପର୍ଯ୍ୟନ୍ତ ମିଳିପାରିନାହି । ଏ ସମ୍ପର୍କିତ ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ଟୁଇଟ୍ କରି ଦୀପା ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଉତ୍ତର ରଖିଛନ୍ତି । ସେଥିରେ କହିଛନ୍ତି ଯେ, ରମେଶଙ୍କ  ଆଧାର କାର୍ଡ  ନାହିଁ ତେଣୁ ଏ ନେଇ ପଦକ୍ଷେପ ଗ୍ରହଣ କରିବାକୁ । ତହସିଲଦାର ଓ ମେଡିକାଲ ଅଫିସରଙ୍କୁ ଆବାସିକ ଓ ଜନ୍ମ ପ୍ରମାଣପତ୍ର ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ଯାହା ପୋର୍ଟାଲ୍ ଅପଲୋଡ୍ ପାଇଁ ଦରକାର ଥାଏ । ପ୍ରକ୍ରିୟା ସମାପ୍ତ ହେଲାପରେ ସେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ  ଆଧାରିତ ସମସ୍ତ ସହାୟତାର ଅଧୀନରେ ଆସିବେ ବୋଲି ପ୍ରତୁ୍ୟତ୍ତର ରଖିଛନ୍ତି । ତାଙ୍କୁ ସାହାଯ୍ୟର ହାତ ବଢାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଦୀପା । ରମେଶଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ତାଙ୍କର ଏହି ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି ।