ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ: ଆଜି ବି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ: ଆଜି ବି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ଵର : ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହାଲ୍ଲା ଏବଂ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଆଜି ମାତ୍ର ୨୧ ମିନିଟ୍ ପ୍ରଶ୍ନକାଳ ଚାଲିଥିଲା ବିଧାନସଭା ଆରମ୍ଭରୁ ହିଁ ବିରୋଧୀ ବିଜେଡି ସଦସ୍ୟ ହଟ୍ଟଗୋଳ କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ୍ ତଳକୁ ଆସି ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ ପ୍ରତିବାଦରେ ପ୍ଲାକାର୍ଡ ଓ ପୋଷ୍ଟର୍ ଧରି ହୋହଲ୍ଲା କରିଛନ୍ତି । ଏଣେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ବିଜେଡି ବିଜେପି ଭାଇ ଭାଇ, ବିଧାନସଭା ଚଲାଇ ଦିଅନ୍ତି ନାହିଁ ପ୍ଲାଗ କାର୍ଡ ଧରି ପ୍ରତିବାଦ କରିଛନ୍ତି । ମାତ୍ର ୨୧ ମିନିଟ୍ ପ୍ରଶ୍ନକାଳ ଚାଲିବା ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ କରିଛନ୍ତି।