ପ୍ରସିଦ୍ଧ ଲେଖକ ନିଶାମଣି କରଙ୍କ ପରଲୋକ
ଭୁବନେଶ୍ୱର : ସ୍ୱନାମଧନ୍ୟ ଇଂରାଜୀ ଅଧ୍ୟାପକ, ଜଣାଶୁଣା ଲେଖକ, ଗବେଷକ, ଅନୁବାଦକ ଓ ଉକôଳ ସଂସୃତି ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଚେୟାରର ପ୍ରଫେସର ଡକ୍ଟର ନିଶାମଣି କର(୬୪)ଙ୍କ ଗତ ସନ୍ଧ୍ୟାରେ ତାଙ୍କର ପୋଖରୀପୁଟ ଅନ୍ତର୍ଗତ ବାସଭବନରେ ଦେହାନ୍ତ ହୋଇଯାଇଛି । ପୂର୍ବରୁ ସେ ଭାରତ ସରକାରଙ୍କ ଜାତୀୟ ପ୍ରତିରକ୍ଷା ଏକାଡେମୀର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । କିଛି ବର୍ଷ ତଳେ ପ୍ରଫେସର ପଦବୀରୁ ସେ ଅବସର ନେଇଥିଲେ । ସେ ଭାରତୀୟ ଭାଷା ସମିତିର ମଧ୍ୟ ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ବହୁମୁଖୀ ପ୍ରତିଭାର ଅଧକାରୀ ଥିଲେ । ତାଙ୍କ ବିୟୋଗରେ ସଂସୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ସୁଲେଖକ, ବାଗ୍ମୀ ତଥା ପିଆଇବିର ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅନେକ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ହୋଇଛି । ତାଙ୍କର ଏକମାତ୍ର ପୁତ୍ର ବ୍ୟାଙ୍କ ମ୍ୟାନେଜର ସତ୍ୟଶୀଳଜିତ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କୁ ମୁଖାଗ୍ନି ଦେଇଥିଲେ । ଏକମାତ୍ର କନ୍ୟା ଡାକ୍ତର ସ୍ମୃତି କର ମୃତୁ୍ୟ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । କିଛି ବର୍ଷ ପୂର୍ବେ ତାଙ୍କର ପନôୀ ପ୍ରାଧ୍ୟାପିକା ମୀନତି ପଣ୍ଡାଙ୍କର ଦେହାନ୍ତ ହୋଇଥିଲା ।