ଶରତଙ୍କ ଜୋନ୍ ରେ କଂଗ୍ରେସ ଦୁର୍ବଳ 

ଯଖପୁରା : ରୋଚକ ହେଉଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ରାଜନୀତି ପାଣି ପାଗ । ପ୍ରତିଦିନ ଏଠାରେ ଦଳବଦଳ ଚାଲିଛି । ନେତା ପଞ୍ଚାୟତରୁ ପଞ୍ଚାୟତକୁ ଘୁରି ବୁଲୁଛନ୍ତି । ମନଉଣା କରି ରହିଥିବା କର୍ମୀଙ୍କୁ ବୁଝେଇବାକୁ ଚେଷ୍ଟା କରୁଛନ୍ତି ଆଉ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ପ୍ରବଳ ଗରମକୁ ଭୋଟ ମାସେ ହିଁ ପ୍ରଚାକୁ ମାନ୍ଦା କରିଛି ସତ କିନ୍ତୁ ପ୍ରାର୍ଥୀ ଜିତିବାକୁ କସରତ କରୁଛନ୍ତି । ବିଜେଡି ନିର୍ବାଚନକୁ ହାଲକା ଭାବେ ନେଇନି । ଏବେଠାରୁ ନିଜ ନିଜର କର୍ମୀଙ୍କୁ ଦାଇତ୍ୱ ବଣ୍ଟନ କରୁଛି । ଗାଁ ଗାଆଁରେ ମୁଖ୍ୟ କର୍ମୀଙ୍କୁ ନେଇ ବୁଥ କମିଟି ଗଠନ କରୁଛି । କର୍ମୀମାନଙ୍କୁ ଆଗାମୀ ନିର୍ବାଚନରେ କିପରି ରଣନୀତି କରିବା ସେଥିପାଇଁ ଗୁରୁମନ୍ତ୍ର ଦେଉଛି । ବିଜେପି ମଧ୍ୟ ପଛରେ ପଡ଼ିନାହ । ସୁକିନ୍ଦାରେ ଏଥର ପରିବର୍ତ୍ତନ ନିଶ୍ଚିନ୍ତ ପରିବର୍ତ୍ତନ ହାୱା କରି ବିଜେପି କର୍ମୀ ମାନଙ୍କୁ ଉତ୍ସାହିତ କରୁଛି । ସେ କ୍ଷେତ୍ରରେ କଂଗ୍ରେସ ଅନେକ ପଛରେ ପଡ଼ିଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ତାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଆଉ ବିଜେପି ନିର୍ବାଚନ ପାଇଁ ସଜବାଜ ହେଉଥିବା ସ୍ଥଳେ କଂଗ୍ରେସ କିନ୍ତୁ ଏନ୍ତୁଡ଼ି ଶାଳରେ ଥିଲା ପରିଲାଗୁଛି । ଯଦି ନିର୍ବାଚନ ମଣ୍ଡଳୀ କଥା କହିବା ତେବେ ଦାନଗଦୀ ବ୍ଲକ୍ ଅନେକାଂଶରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ରାଜନୀତିକୁ ପ୍ରଭାବିତ କରେ । ଦାନଗଦୀ ବ୍ଲକ୍ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଠିକଣା ଜାଗାରେ ଥିବାରୁ ଏଠାରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ରାଜନୀତିକୁ ଅତି ପାଖରୁ ଦେଖାଯାଏ । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସବୁ ଦଳର ତୁଙ୍ଗ ନେତା ଦାନଗଦୀ ଉପରେ ନଜର ରଖନ୍ତି । ଆଉ ସୁକିନ୍ଦା ରାଜନୀତିକୁ ପ୍ରଭାବିତ କରନ୍ତି । ଦାନଗଦୀ ବ୍ଲକ୍ରେ ତିନୋଟି ଜିଲାପରିଷଦ ଜୋନ ରହିଛି । ଜୋନ ନମ୍ବର ୮,୯,ଆଉ ୧୦ । ତିନୋଟି ଜୋନ ମଧ୍ୟରୁ ୯ ନମ୍ବର ଜୋନ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ମାଇନା ରଖେ । ଦଶନ୍ଧି ଦଶନ୍ଧି ଧରି ଏହି ଜୋନରୁ କଂଗ୍ରେସର ଟାଣୁଆ ଆଉ ପୁରୁଖା ନେତା ଶରତ ରାଉତ ରାଜନୀତି କରନ୍ତି । ଖୋଦ୍ ଶରତ ରାଉତଙ୍କ ଘର ଏହି ଜୋନରେ ରହିଛି । ନିଜର ପଞ୍ଚାୟତ ଏହି ଜୋନରେ ଥିବାରୁ ତାଙ୍କର ଦବ ଦବା ବେଶ୍ ଦେଖିବାକୁ ମିଳେ । ଏହି ଜୋନରେ ୭ ଟି ପଞ୍ଚାୟତ ଅନାର୍ଭୁକ୍ତ । ନଡ଼ିଆଭଙ୍ଗା, ଶାଳୀଜଙ୍ଗା, ଓଲଳ, ଚିତିରି, ରାଣୀପଡ଼ା, ଧୁଳିଗଡ, ରଣାଗୁଣ୍ଡି ରହିଛି । ଅନେକ ଦୃଷ୍ଟିରୁ ଦେଖିଲେ ଏହି ଜୋନଟି ଅତି ସମ୍ବେଦନଶୀଳ ଜୋନ । ବିଗତ ପଞ୍ଚାୟତ ନିର୍ବାଚନରେ ଏହି ଜୋନରୁ ବିଜେଡି ତାର ଜିଲ୍ଲାପରିଷଦ ସଭ୍ୟକୁ ନିଜ ଦଖଲକୁ ନେଇଥିଲା । ଯାହା ଏକଦା କଂଗ୍ରେସର ଘର ଭାବେ ପରିଚିତ ଥିଲା । ଯେହେତୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କ ଘର ଜୋନରେ ଅଛି ସେଥି ପାଇଁ ଏହା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ବିଶେଷତା ରଖେ । ଏହା ମଧ୍ୟ ପଲ୍ଲୀ ଅଞ୍ଚଳ । ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ବାରମ୍ବାର ଛଅ ଛଅ ଥର ପରାଜୟ ବରଣ କରିବା ପରେ ଶରତ ଆଉ ଏଠାରୁ ଅଣ୍ଟା ସଲଖି ପାରୁନାହାନ୍ତି । ଦିନେ କଂଗ୍ରେସର ଗଡ ହୋଇଥିବା ଜୋନଟି ବର୍ତ୍ତମାନ ବିଜେଡି ଅକ୍ତିଆରକୁ ଆସି ସାରିଛି । ଫଳରେ ଅନେକ କଂଗ୍ରେସ କର୍ମୀ ବର୍ତ୍ତମାନ ବିଜେଡିରେ ଯୋଗଦେଇ ଦଳକୁ ମଜବୁତ୍ କରିଛନ୍ତି । ସେହି ଦୃଷ୍ଟିରୁ ବିଜେପି ମଧ୍ୟ କିଛି ମାତ୍ରାରେ ଏହି ଜୋନରେ ନିଜର ପତିଆରା ବଢାଇବାରେ ଲାଗିଛି । ବିଜେଡିର ଆଗଧାଡିର ନେତା ଘଡ଼େଇ ବାପ ପୁଅଙ୍କୁ ଚେକ୍ ଦେବା ପାଇଁ ବିଜେପିରେ ସାମିଲ ହୋଇଛନ୍ତି । ଯେହେତୁ ଧୁଳିଗଡ ପଞ୍ଚାୟତ ଦାନଗଦୀକୁ ଲାଗିଛି ତେଣୁ ବଡ଼ ନେତା ବୋଲାଉଥିବା ସୁଧାଂଶୁ ଭଞ୍ଜ, ଲୁଲୁ ରାୟ, ବୀର ସାହୁ, ପ୍ରତାପ ଧୀର ଆଦି ଏହା ଉପରେ ନିଜର ସଂଗଠନ ରଖିଛନ୍ତି । ସୁଧାଂଶୁ ଭଞ୍ଜ ଏକଦା ବ୍ଲକ୍ର ଦୁଇ ଦୁଇଥର ଉପାଧ୍ୟକ୍ଷ ଥିବାବେଳେ ଲୁଲୁ ରାୟଙ୍କ ଧର୍ମ ପନôୀ ଲଳିତା ରାୟ ବ୍ଲକ ଅଧ୍ୟକ୍ଷା ହୋଇଥିଲେ । ସେହିପରି ପ୍ରତାପ ଧୀର ବିଜେଡି ଦଳରୁ ଜିଲ୍ଲାପରିଷଦ ସଭ୍ୟ ଥିଲା ବେଳେ ହଳଧର ନାୟକଙ୍କ ଧର୍ମ ପନôୀ ବ୍ଲକ ଅଧକ୍ଷା ଥିଲେ । ଏହି ସବୁ ଟାଣୁଆ ସଂଗଠକ ବିଜେପି ପାଇଁ ସାହା ହୋଇଛନ୍ତି । ଏହା ସତ୍ୱେ ମଧ୍ୟ ବିଜେଡି ପଛରେ ପଡ଼ି ନାହିଁ । ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଏଅଞ୍ଚଳକୁ ଘନ ଘନ ଗସ୍ତ କରି ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ କରି କଂଗ୍ରେସ ଗଡକୁ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି ।୨୦୧୯ ନିର୍ବାଚନରେ ବିଜେଡି ଏଠାରୁ ସର୍ବାଧିକ ଭୋଟ ପାଇଥିଲା ।୯ ନମ୍ବର ଜୋନରେ ତିରିଶ ହଜାରରୁ ଅଧିକ ଭୋଟର ଥିବା ବେଳେ ଗତ ନିର୍ବାଚନର ବିଜେପି ଆଠ ହଜାରରୁ ଅଧିକ ଭୋଟ ପାଇଥିବା ସମୟରେ ବିଜେଡି ସର୍ବାଧିକ ଦଶ ହଜାରରୁ ଅଧିକ ଭୋଟ ପାଇଥିଲା ଓ କଂଗ୍ରେସ ପାଞ୍ଚ ହଜାର ପାଖାପାଖି ଭୋଟ ହାତେଇ ଥିଲା । ଫଳରେ ବିଜେଡି ୧୯୯୧ ଖଣ୍ଡ ଭୋଟ ଅଧିକ ପାଇଥିଲା । କଂଗ୍ରେସ ଦିନକୁ ଦିନ ତାର ସତା ହରାଉଥିବାରୁ ସମର୍ଥକଙ୍କର ଭରସା ତୁଟୁଛି । ଫଳରେ ଅନ୍ୟ ଦଳରେ ଯୋଗ ଦେଇ ସେହି ଦଳର ଶକ୍ତି ବଢାଇଛ