ଫୁଟବଲ ଟୁର୍ଣ୍ଣାମେଣ୍ଟ: ବରଗଡ଼କୁ ହରାଇ ଦୋସ୍ତି ବ୍ରଦର୍ସ ଫାଇନାଲରେ 

 ବଲାଙ୍ଗିର:  ବଲାଙ୍ଗିର  ସୁପରିଚିତ ଅନୁଷ୍ଠାନ ଫ୍ରେଣ୍ଡସ କ୍ଳବ ପକ୍ଷରୁ ପ୍ରଥମ ସେମିଫାଇନାଲ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବରେ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ସମ୍ମାନିତ ଅତିଥିଭାବରେ ବ୍ଲକ ଅଧିକାରୀ ହୃଷିକେଶ ଗଣ୍ଡ, ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ, ପୃଥିରାଜ ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠି, ଆଦିବାସୀ ନେତା ସତ୍ୟ ନାରାୟଣ ଭୋଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁଳାପ ବାଗ ସମେତ ସମ୍ପାଦକ ଜଗନ୍ନାଥ ମିଶ୍ର ଓ ରଞ୍ଜିତ ବେହେରା ମଞ୍ଚାସିନ ଥିଲେ । ଅତିଥିମାନଙ୍କୁ ଅନୁଷ୍ଠାନରେ କର୍ମକର୍ତା ଉପଢୌକଣ ଦେଇ ସମ୍ମାନିତ କରିଥିଲେ । ଅନୁଷ୍ଠାନର କୋଡିନେଟର ମନୋଜ କୁମାର ମିଶ୍ର ଓ ମଧୁ ବନଛୋର ଟିମ୍ମାନଙ୍କୁ କୋଡିନେଟ କରିଥିଲେ । ଆଜିର ପ୍ରଥମ ସେମିଫାଇନାଲ ଖେଳରେ ପୂର୍ବତନ ଫୁଟବଲ ଖେଳାଳି ଉପେନ୍ଦ୍ର ବିଶ୍ୱାଳ ଓ ଶ୍ରୀକାନ୍ତ ରାଉତଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ମ୍ୟାଚ୍ କମିଶନର ଭାବରେ ଶରତ କୁମାର ନନ୍ଦ ଦାୟିତ୍ୱ ତୁଲାଇଥିବା ବେଳେ ସଞ୍ଜନ କୁମାର କୁଦାଇ, ସୁଦର୍ଶନ ସେଠ୍, ରାଜେନ୍ଦ୍ର କୁମାର ଧରୁଆ,ଦେବାଶିଷ ବାଗ ଓ ଜ୍ୟୋତି ମହାନନ୍ଦ ଖେଳକୁ ପରିଚଳନା କରିଥିଲେ । କଦଳିପାଲି ବରଗଡ଼ ଓ ଦୋସ୍ତିବ୍ରଦର୍ସ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଦୋସ୍ତିବ୍ରଦର୍ସ ସୁନ୍ଦରଗଡ଼ ପାଞ୍ଚ ଚାରି ଗୋଲରେ ଟାଇବ୍ରେକର ଜରିଆରେ କଦଳୀପାଲି ବରଗଡ଼ ଠାରୁ ବିଜୟ ହାସଲ କରି ଫାଇନାଲକୁ ଉନ୍ନୀତ ହୋଇଥିଲା । ଆଜିକାର ଜଣେ ଭାଗ୍ୟସାଳି ଦର୍ଶକ ସୁଦାମ ସାହୁ ନିର୍ବଚନ ଲଟେରୀ କୂପନ ଦ୍ୱାରା ଏକ ଡାଇନିଙ୍ଗ ସେଟ୍ ପୁରସ୍କାର ପାଇଥିଲେ । ଭଲଣ୍ଟୀୟର ବାସୁ ବଗର୍ତି ଓ ଦିଲୀପ ସାଣ୍ଡଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ପବିତ୍ର ଖୁଣ୍ଟିଆ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ପାତ୍ର, ଟିକୁ ପରିଝା,ମନୋଜ ଦୀପ, ପ୍ରଦୀପ ସିଂହ, କିଶୋର ଦଣ୍ଡସେନା, ଲଷ୍ମୀ ନାରାୟଣ ସ୍ୱାଇଁ, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, କମ୍ଭୁ ତ୍ରିପାଠୀ, ସୋନୁ ପଟ୍ଟନାୟକ, ମୁନା ପାଳ, ନିତ୍ୟା ପଧାନ, ରମା ମିଶ୍ର, ଇନ୍ଦ୍ର ନନ୍ଦ, ପୃଥ୍ୱୀରାଜ ବରାଡ, ନିଶାର କାନ୍ତ ନାଗ, ରାଜୁ ସାହୁ, ପ୍ରଦୀପ ସାହୁ,ସନତ ତ୍ରିପାଠୀ, ମଣ୍ଟୁ ମିଶ୍ର, ପିଣ୍ଟୁ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ ।