ନୂଆଁଖାଇ ପାଇଁ ତିନି ଦିନ ସରକାରୀ ଛୁଟି ଘୋଷଣା ଦାବି

ବଲାଙ୍ଗିର :  ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ ହୋଇଥାଏ । ଏହା କୃଷି ଭିତ୍ତିକ ପର୍ବ ହୋଇଥିବାବେଳେ ଦୀର୍ଘ ବର୍ଷ ହେଲା ତିନି ଦିନ ଛୁଟି ଘୋଷଣା ପାଇଁ ଦାବି କରି ଆସୁଥିଲେ ପଶ୍ଚିମ ଓଡିଶାବାସୀ । ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରେ ଦେବାଳୟ ସୁରକ୍ଷା କମିଟି ନେତୃତ୍ୱରେ ବିଭିନ୍ନ କର୍ମକର୍ତ୍ତା ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ଦାବି ପ୍ରଦାନ କରାଯାଇଛି । ଅଗଷ୍ଟ ୨୮ରେ ନୂଆଁଖାଇ ଅନୁଷ୍ଠିତ ଓ ନବାନ୍ନ ଅର୍ପଣ କରାଯିବ । ତେଣୁ ପାଟଣାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀ ମନ୍ଦିର ଆଲୋକ ଓ ଫୁଲ ସଜାଇବା ପାଇଁ ମଧ୍ୟ ଦାବି କରାଯାଇଥିଲା । ରାଜ୍ୟ ସରକାର ସରକାରୀ କ୍ୟାଲେଣ୍ଡର ରେ ତିନି ଦିନ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା ସମୟରେ ପାଟଣେଶ୍ୱରୀ ମନ୍ଦିରର ଘଣ୍ଟି ଭାଙ୍ଗି ଯାଇଥିବା ଏବଂ ସମଲେଶ୍ୱରୀ ମନ୍ଦିରର ମୁଖ୍ୟ କବାଟ ଭାଙ୍ଗି ଯାଇଥିବା ଓ ଅନ୍ୟାନ୍ୟ ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା  । ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ପାଟଣେଶ୍ୱରୀ ମନ୍ଦିରରେ ଏକ ନୂତନ ଘଣ୍ଟି  ୨୭ ତାରିଖରେ ଅର୍ପଣ କରାଯିବା ନିଷ୍ପତ୍ତି ହୋଇଥିଲା ।  ଦେବାଳୟ ସୁରକ୍ଷାର ସଭାପତି ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର, ଶମ୍ଭୁ ଶତପଥି, ସତ୍ୟନାରାୟଣ ହୋତା, ଶୁଶାନ୍ତ ପ୍ରଧାନ, ଅରୁଣ ପଲତା, ପ୍ରମୁଖ ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଥିଲେ ।