ଫେଙ୍ଗାଲ୍ ପ୍ରଭାବ: ପବନ ସହ ତୁହାକୁ ତୁହା ବର୍ଷା

 ଚେନ୍ନାଇ,: ଝଡ ଫେଙ୍ଗାଲ୍ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍ କରିଛି  । ଏହି ପ୍ରକ୍ରିୟା ପ୍ରାୟ ଚାରି ଘଣ୍ଟା ଲାଗିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରରେ ବିମାନ ଉଡାଣକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା । ଫଳରେ ବହୁ ସଂଖ୍ୟକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖରାପ ପାଗ ଏବଂ ପ୍ରବଳ ବର୍ଷା ଯୋଗୁ ଚେନ୍ନାଇ ବନ୍ଦରରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିଲା । 
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶନିବାର  ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରସ୍ତୁତି ବ୍ୟବସ୍ଥା ତଥା ସତର୍କତାମୂଳକ ପଦକ୍ଷେପ ସମୀକ୍ଷା କରିଛନ୍ତି । ଝଡ ଫେଙ୍ଗାଲ୍ ପ୍ରଭାବରେ ଦୁଇ ତିନି ଦିନ ଧରି ଲଗାତାର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ତାମିଲନାଡୁ ସରକାର ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସତର୍କତା ଅବଲମ୍ବନ କରୁଛନ୍ତି । ରାଜ୍ୟରେ ସେନା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି । ଝଡ଼ ଫେଙ୍ଗାଲ୍ ପ୍ରଭାବରେ ଅଞ୍ଚଳରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ହେଉଥିବାର ସୂଚନା ମିଳିଛି । ଏହାକୁ ଦେଖି ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।