ଆମ୍ବୁଲାନ୍ସ ଧକ୍କାରେ  ୧ ମୃତ, ୨ ଗୁରୁତର

 କୋଷାଗୁମୁଡ଼ା : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାଲେଙ୍ଗା ନିକଟରେ ଆମ୍ବୁଲାନ୍ସ ସହ ବାଇକ୍ ଦୁର୍ଘଟଣା ଘଟି ଜଣେ ମହିଳା ମୃତୁ୍ୟ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବା ସୂଚନା ମିଳିଛି  । ମୃତ ମହିଳା ଜଣକ ହେଲେ ସାନଗୁମୁଡ଼ା ଗ୍ରାମର ମଙ୍ଗଲଦେଇ ମିର୍ଗାନ(୪୫)  । ଏନେଇ କୋଡ଼ିଙ୍ଗା ଥାନାରେ ୯୦/୨୫ରେ ଏକ ମାମଲା ରୁଜୁ କରାଯାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ  ହସ୍ତାନ୍ତର କରାଯାଇଥିବା କୋଡିଙ୍ଗା ଥାନା ଏଏସ୍ଆଇ ଶୁକଦେବ ଛତ୍ରିଆ ସୂଚନା ଦେଇଛନ୍ତି  । ମିଳିଥିବା ସୂଚନା ଅନୁଯାୟୀ ସାନଗୁମୁଡ଼ା ଗ୍ରାମର ମଙ୍ଗଲଦେଇ ମିର୍ଗାନ୍ ସ୍ୱାମୀ ଡଲା ମୀର୍ଗାନ ଓ ଗ୍ରାମର ଅନ୍ୟଜଣେ ଯୁବକ ପିଣ୍ଟୁ ମିର୍ଗାନ ସହ କୌଣସି କାମରେ ବାଇକ ଯୋଗେ କୋଷାଗୁମୁଡ଼ା ଯାଉଥିଲେ  । ଅପରପକ୍ଷେ କୋଷାଗୁମୁଡ଼ା ଠାରୁ ଏକ ଆମ୍ବୁଲାନ୍ସ କୋଟାଗାଁ ଅଭିମୁଖେ ଯାଉଥିବା ବେଳେ ବାଲେଙ୍ଗା ନିକଟରେ ଉଭୟଙ୍କ ମଧ୍ୟରେ ମୁହାମୁହି ଧକ୍କା ହୋଇଥିଲା  । ଘଟଣା ସ୍ଥଳରେ  ମଙ୍ଗଲଦେଇଙ୍କ ମୃତୁ୍ୟ ଘଟିଥିବା ବେଳେ ସ୍ୱାମୀ ଡ଼ଲା ମିର୍ଗାନ ହାତ, ପିଣ୍ଟୁର ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି  । ଗୁରୁତର ମାନଙ୍କୁ ପ୍ରାଥମିକ ଚିକିସôା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତରିତ କରାଯାଇଛି  ।