ଓଡ଼ିଶା ଆସିବେ ଆଉ ୩ ମହାବଳ: ମନ୍ତ୍ରୀ

ଓଡ଼ିଶା ଆସିବେ ଆଉ ୩ ମହାବଳ: ମନ୍ତ୍ରୀ

ଓଡ଼ିଶା ଆସିବେ ଆଉ ୩ ମହାବଳ ଏନେଇ ସୂଚନା ଦେଇଛନ୍ତି  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ଏହି ୩ ବାଘ ଓଡ଼ିଶା ଆସିବା ପରେ ତାଙ୍କୁ ଡେବ୍ରିଗଡ଼ ଅଭୟାରଣ୍ୟରେ ଛଡ଼ାଯିବ। ୫ ମହାବଳରୁ ଯମୁନା, ଜିନ୍ନତ ଆସିସାରିଛନ୍ତି। ଏବେ ଆଉ ୩ ଆସିବା ପାଉଁ ବିଚାର ବିମର୍ଷ ଚାଲିଛି। ମନ୍ତ୍ରୀ କହିଛନ୍ତି, ଜିନ୍ନତ ଏବେ ଶିମିଳିପାଳ ଏନ୍‌କ୍ଲୋଜରରେ ଅଛି । ଜିନତ ବର୍ତ୍ତମାନ ସୁସ୍ଥ ଅଛି । ଜଳକ୍ରୀଡ଼ା କରୁଛି । ସ୍ବାଭାବିକ ଭାବେ ଖାଦ୍ୟ ଖାଉଛି। ଏମାନେ ଖାପ ଖୁଆଇଲା ପରେ ଆଉ ୩ ବାଘକୁ ଆଣିବା ପାଇଁ ସରକାର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ।