ଫେଲ୍ ହୋଇଗଲା ଷ୍ଟିୟରିଂ , ବସ୍ ଦୁର୍ଘଟଣା; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବଡ଼ଚଣା : ସୋମବାର ସକାଳେ ଛତିଆ ଚଟିଘର ନିକଟରେ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ର ଷ୍ଟିୟରିଂ ଫେଲ ହୋଇଯିବାରୁ ବସଟି ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଥିଲା । ଖବର ମତେ ଓଡ଼ି୦୧ଏ-୫୩୮୭ରାମଜୀ ନାମକ ଯାତ୍ରୀବାହି ବସ୍ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ୧୬ନଂ ଜାତୀୟ ରାଜପଥ ଛତିଆ ଚଟିଘର ନିକଟରେ ଷ୍ଟିୟରିଂ ଫେଲ୍ ହେବାରୁ ରାଜପଥ ଡ଼ିଭାଇଡର ଉପରେ ମାଡିଯାଇଥିଲା । ହେଲେ ଦୁର୍ଘଟଣାରେ ଯାତ୍ରୀଙ୍କ କୈାଣସି କ୍ଷୟକ୍ଷତି ଘଟିନଥିଲା । ଖବର ପାଇ ଘଟଣା ସ୍ଥଳେ ପାଟୋଲିଂ ଓ ବୈରୀ ଥାନା ପୁଲିସ୍ ପହଁଚି ଯାତ୍ରୀଙ୍କୁ ଅନ୍ୟ ବସ୍ ଯୋଗେ ଗତବ୍ୟ ସ୍ଥଳକୁ ପଠାଇଥିଲେ ।